ଭିତର ରତ୍ନଭଣ୍ଡାର ଅନୁଧ୍ୟାନ କଲେ ଗଜପତି ମହାରାଜ

ପୁରୀ: ଖୋଲିଲା ଭିତର ରତ୍ନଭଣ୍ଡାର। ରତ୍ନଭଣ୍ଡାର ଭିତରକୁ ଯାଇ ଅନୁଧ୍ୟାନ କଲେ ଗଜପତି ମହାରାଜ। ଆଜି ସଂଧ୍ୟା ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ କରାଯିବ ବୋଲି କହିଛନ୍ତି ଗଜପତି ମହାରାଜ । ଗଜପତି ମହାରାଜଙ୍କ ସହ ମୋଟ ୧୧ ଜଣିଆ କମିଟି ସଦସ୍ଯ ଭଣ୍ଡାର ମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ତାଙ୍କ ସହ ଯାଇଥିଲେ ଓଡ୍ରାଫ ଟିମ ଓ ଅଗ୍ନିଶମ ବାହିନୀ। ଭିତରକୁ ନିଆଯାଇଛି ଅକ୍ସିଜେନ ସିଲିଣ୍ଡର ଓ ଆଧୁନିକ ସରଞ୍ଜାମ। ଭିତରକୁ ଯାଇଛନ୍ତି ସ୍ନେକ ହେଲପଲାଇନ ସଦସ୍ଯ। ସକାଳ ୯ଟା ୫୧ରେ ଖୋଲିଲା ଭିତର ରତ୍ନ ଭଣ୍ଡାର।
ଶ୍ରୀମନ୍ଦିର ଭିତରକୁ ନିଆଯାଇଥିଲା ୪ଟି ଲକ୍ ବ୍ରେକର। କମିଟି ଅଧ୍ଯକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଓ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଅରବିନ୍ଦ ପାଢୀ ଉପସ୍ଥିତ ଥିଲେ। ସ୍ଥିତି ଦେଖି ତତକାଳ ନିଷ୍ପତ୍ତି ନିଆଯିବ କହିଛନ୍ତି କମିଟି ଅଧ୍ଯକ୍ଷ ଜଷ୍ଟିସ ରଥ। ପୂର୍ବଥର ରତ୍ନଭଣ୍ଡାରକୁ ଯାଇଥିଲେ ଗଜପତି ମହାରାଜଙ୍କ ପ୍ରତିନିଧି।.