ପୁରୀ ରେଳ ଷ୍ଟେସନରେ ଅଘଟଣ, ପ୍ଲାଟଫର୍ମରୁ ଖସି ବୃଦ୍ଧାଙ୍କ ମୃତ୍ୟୁ

ପୁରୀ: ପୁରୀ ରେଳ ଷ୍ଟେସନରେ ଅଘଟଣ । ଟ୍ରେନରେ ଚଢିବାବେଳେ ପ୍ଲାଟଫର୍ମରୁ ଖସି ବୃଦ୍ଧାଙ୍କ ମୃତ୍ୟୁ । ମୃତକ ହେଲେ ପୁରୀ ଜିଲ୍ଲା ଡେଲାଙ୍ଗ କଣ୍ଟାପଡାର କୁନିମଣି ନାୟକ । ପୁରୀ –ଦୁର୍ଗ ଏକ୍ସପ୍ରେସରେ ଚଢିବା ବେଳେ ଖସିପଡିଥିଲେ ବୃଦ୍ଧା । ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା । ଠାକୁର ଅନୁକୂଳଚନ୍ଦ୍ରଙ୍କ ଉତ୍କଳ ଆଗମନର ଶହେ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବାକୁ ପୁରୀ ଯାଇଥିଲେ କୁନିମଣି । ଗହଳି ଭିତରେ ଠେଲାପେଲା କାରଣରୁ ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି ।