ପ୍ରଚାର ବେଳେ ଅସୁସ୍ଥ ହୋଇପଡିଲେ ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ

ପୁରୀ: ପ୍ରଚାର ବେଳେ ଅସୁସ୍ଥ ହୋଇପଡ଼ିଲେ ବିଜେଡି ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ । ପିପିଲି ନିକଟ ଉତ୍ତରାଛକରୁ ବିଜେଡିରେ ଶୋଭାଯାତ୍ରା ଅନୁଷ୍ଠିତ ହେଉଥିଲା । ପିପିଲି ବିଧାୟକ ପ୍ରାର୍ଥୀ ରୁଦ୍ର ପ୍ରତାପ ମହରଥୀ ଓ ଅରୂପ ପଟ୍ଟନାୟକ ରାଲିରେ ବାହାରିଥିଲେ ।

ଶୋଭାଯାତ୍ରାରେ ଯାଉଥିବା ସମୟରେ ପିପିଲି ହାଟଛକ ହଠାତ ଅସୁସ୍ଥ ହୋଇପଡ଼ିଥିଲେ ଅରୂପ । ଖରା ଓ ଗୁଳୁଗୁଳି କାରଣରୁ ସେ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି । ପିପିଲି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ସେ ଭୁବନେଶ୍ବର ଫେରିଛନ୍ତି ।