ଆନନ୍ଦବଜାରରେ ମହାପ୍ରସାଦ ସେବନର ସୌଭାଗ୍ୟ ପାଇବେ ଶ୍ରଦ୍ଧାଳୁ: ଲାଗୁ ହେଲା ଏସ୍ଓପି
1 min readପୁରୀ: ଆଜିଠୁ ଆନନ୍ଦବଜାରରେ ମହାପ୍ରାସଦ ସେବନ କରିବାର ସୌଭାଗ୍ୟ ପାଇବେ ଶ୍ରଦ୍ଧାଳୁ । ଏନେଇ ଲାଗୁ ହୋଇଛି ନୂଆ ଏସଓପି । ସେହିପରି ପାନ ଗୁଟଖା ଆଇନ କଡ଼ାକଡ଼ି ଲାଗୁ କରାଯାଇଛି । ପାନଗୁଟଖା ଖାଇ ଧରାପଡିଲେ ଏକ ହଜାର ଟଙ୍କା ତଣ୍ଡ ଗଣିବେ । ସ୍ବତନ୍ତ୍ର ସ୍କ୍ବାଡ ଏହାର ଯାଞ୍ଚ କରିବ । ଏଣିକି ଶ୍ରୀମନ୍ଦିର ଭିତରେ ପଲିଥିନ ବ୍ୟବହାର କଲେ ୧୦୦ ଟଙ୍କା ଜରିମାନା ଦେବାକୁ ପଡିବ । ସିଂହଦ୍ଵାର ଦେଇ ପ୍ରବେଶ ବ୍ୟବସ୍ଥା କରାଯାଇଥିବା ବେଳେ ଅନ୍ୟ ତିନିଦ୍ୱାର ଦେଇ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି । ସେହିପରି ଦୀପଦାନ ପାଇଁ ଡେଜିଂନେଟେଡ ପ୍ଲେସର ବ୍ୟବସ୍ଥା କରାଯାଇଛି । ଦର୍ଶନ ବ୍ୟବସ୍ଥାରେ ପୁରୀବାସୀଙ୍କ ପାଇଁ ଆଉ ରହିବନି ସ୍ୱତନ୍ତ୍ର ବ୍ୟବସ୍ଥା। ଅନ୍ୟପଟେ ସାନିଟାଇଜେସନ ପାଇଁ ରବିବାର ବନ୍ଦ ରହିବନି ଶ୍ରୀମନ୍ଦିର | ଆସନ୍ତା ରବିବାର ମହାପ୍ରଭୁଙ୍କ ଚିତ୍ତାକର୍ଷକ ପଦ୍ମବେଶ ଦର୍ଶନ ଅନୁଷ୍ଠିତ ହେବ । ସପ୍ତାହକୁ ୩ଦିନ ଦର୍ଶନ ପରେ ଶ୍ରୀମନ୍ଦିରର ସାନିଟାଇଜ କରାଯିବ । । ଗତ ୧୦ତାରିଖ ରେ ଏସ୍ଓପି କୋହଳ ନେଇ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି ।