ଲିଙ୍ଗରାଜ ମନ୍ଦିର ସେବାୟତଙ୍କ ପ୍ରତିବାଦ ଚେତାବନୀ: NMAକୁ ଚିଠି ଲେଖିଲେ ଖାେର୍ଦ୍ଧା ଜିଲ୍ଲାପାଳ

1 min read
Maha Deepa Lingaraj Temple Time Devotees Can Enter Temple

ଭୁବନେଶ୍ୱର: NMA ବାଇ-ଲ’ ଷଡ଼ଯନ୍ତ୍ରକୁ ନେଇ ଏକାମ୍ରରେ କୁହୁଳୁଛି ଅସନ୍ତୋଷର ନିଆଁ । ଐତିହ୍ୟ ବିକାଶରେ ବାଧା ପାଇଁ ବାଇ-ଲକୁ ଅସ୍ତ୍ର କରି ଭକ୍ତଙ୍କ ଭାବାବେଗକୁ ଆଘାତ ଦେବାକୁ ପ୍ରୟାସ ହେଉଛି । ଏହାକୁ ନେଇ ଗର୍ଜିଛନ୍ତି ଲିଙ୍ଗରାଜ ମନ୍ଦିରର ୪ଟି ନିଯୋଗର ସେବାୟତ । ୨୪ ଘଣ୍ଟା ମଧ୍ୟରେ ବାଇ-ଲ’ ପ୍ରତ୍ୟାହାର ନହେଲେ ମନ୍ଦିର ଆଗରେ ଦୀପ ଜାଳି ପ୍ରତିବାଦ କରିବେ ବୋଲି ଚେତାବନୀ ଦେଇଛନ୍ତି। ସେପଟେ ବାଇ-ଲ’ ପ୍ରତ୍ୟାହାର କରିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ଓ ଦେବୋତ୍ତର କମିଶନ ଜାତୀୟ ସ୍ମାରକୀ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି । ଲିଙ୍ଗରାଜ, ଅନନ୍ତ ବାସୁଦେବ ମନ୍ଦିର ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ବ୍ରହ୍ମେଶ୍ବର ମନ୍ଦିର ପାଇଁ ଦେବୋତ୍ତର କମିଶନ କଡା ଭାଷାରେ ଅସନ୍ତୋଷ ଜାହିର କରିଛନ୍ତି। ବାଇ-ଲ ଲାଗୁ ହେଲେ ଶହଶହ ଲୋକଙ୍କ ଘର ଭାଙ୍ଗିବା ସହ ସେବାୟତ ଏବଂ ଭକ୍ତଙ୍କ ଭାବାବେଗକୁ ଆଘାତ ଦେବ । ଲିଙ୍ଗରାଜ ମନ୍ଦିର ଓ ଆଖପାଖର ସୌନ୍ଦର୍ଯ୍ୟକରଣ ପାଇଁ ଆରମ୍ଭ ହୋଇଛି ଏକାମ୍ର ବିକାଶ ପ୍ରକଳ୍ପ । ଏଥିପାଇଁ ସ୍ବଇଚ୍ଛାରେ ଜମି ଦେଇଛନ୍ତି ସ୍ଥାନୀୟ ଲୋକେ । ହେଲେ ବାଇ-ଲ ଲାଗୁ ହେଲେ ବିକାଶରେ ବାଧା ଉପୁଜିବ । ପ୍ରଶ୍ନ କରିଛନ୍ତି, ବେଆଇନ ନିର୍ମାଣ ବେଳେ ୫୦ବର୍ଷ ଧରି ASI କ’ଣ କରୁଥିଲା? ବାଇ-ଲ ପ୍ରତ୍ୟାହାର ନହେଲେ ଗଣଆନ୍ଦୋଳନ ତେଜିବ । ତେଣୁ ୨୪ ଘଣ୍ଟା ମଧ୍ୟରେ ପ୍ରସ୍ତାବିତ ବାଇ-ଲ  ହଟାଇବାକୁ ସେବାୟତ ଦାବି କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ବଦଳିବ ତାଳସାରି ବେଳାଭୂମିର ରୂପରେଖ, ୩୬ କୋଟି ଟଙ୍କା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

 

Leave a Reply