5T ସଚିବଙ୍କ ଉଦାରତାକୁ ପ୍ରଶଂସା କଲେ ପୁରୀ ଅମଲା ସଂଘ

1 min read

ପୁରୀ: ଗତକାଲି ସତ୍ୟବାଦୀରେ 5T ସଚିବଙ୍କ ଉପରେ କାଳିମାଡ଼ ଘଟଣାକୁ ସବୁ ମହଲରେ ନିନ୍ଦା କରାଯାଉଛି । ସୁପ୍ରଶାସନିକ ବ୍ୟବସ୍ଥା ଗଠନରେ ରାଜ୍ୟ ସରକାର କାର୍ଯ୍ୟ କରୁଥିବା ବେଳେ ସଚିବଙ୍କ ଉପରକୁ ଏପରି ଆକ୍ରମଣ ନିନ୍ଦନୀୟ ଓ ଅସହିଷ୍ଣୁତାର ନମୂନା ବୋଲି କହିଛି ପୁରୀ ଜିଲ୍ଲା ଅମଲା ସଂଘ । ସେହିପରି ଘଟଣାକୁ ଦୃଢ ନିନ୍ଦା କରିନ୍ତି ସେବାୟତ । ଏହାସତ୍ତ୍ବେ ଅଭିଯୁକ୍ତ ଭାସ୍କରକୁ କ୍ଷମା ଦେଇ 5T ସଚିବ ତାଙ୍କର ବଦାନ୍ୟତା ଦେଖାଇଥିବାରୁ ଏହାକୁ ସ୍ବାଗତ କରାଯାଇଛି ।

ଘଟଣାକୁ ପୁରୀ ଅମଲା ସଂଘ ପକ୍ଷରୁ ନିନ୍ଦା କରାଯାଇଥିବାବେଳେ ଯେଉଁଭଳି ଭାବେ ଆକ୍ରୋଶ ମୂଳକ ଚିନ୍ତାଧାରା ପ୍ରକଟ କରି ଏପରି କାର୍ଯ୍ୟ କରାଯାଇଛି ତାହା ଦୁଃଖଦାୟକ ବୋଲି କହିଛି । ଏହା ବିରୋଧୀଙ୍କ ଅସହିଷ୍ଣୁତାକୁ ପଦାରେ ପକାଇଛି । ତେବେ ଘଟଣା ପରେ ଅଭିଯୁକ୍ତ ଭାସ୍କରକୁ କ୍ଷମା ଦେବା ସହ ଛାଡ଼ିଦେବା 5T ସଚିବଙ୍କ ବଦାନ୍ୟତାର  ପ୍ରମାଣ ଦେଇଛି । ବିକାଶ ଦିଗରେ କାର୍ଯ୍ୟ କରୁଥିବା ଅଧିକାରୀଙ୍କ ପ୍ରତି ଏପରି କାଳିମାଡ଼ ହିନମାନ୍ୟତା, ହତାଶର ପ୍ରତିଫଳନ ହୋଇଥିବା ସତ୍ୱେ ଲୋକଙ୍କ ଭଲ ପାଇବା ଜିତିବ ବୋଲି ମତ ପ୍ରକାଶ ପାଇଛି ।

ଘଟଣାକୁ ପୁରୀରେ ଥିବା ସେବାୟତ ମାନେ ମଧ୍ୟ ତୀବ୍ର ନିନ୍ଦା କରିଛନ୍ତି । ମହାପ୍ରଭୁଙ୍କ ପରମ ସେବକ ଭି.କେ. ପଣ୍ଡିଆନଙ୍କୁ ପ୍ରଭୁ ସୁରକ୍ଷା ଦେଇଛନ୍ତି । ରାଜ୍ୟରେ ସୁବର୍ଣ ଇତିହାସ ସୃଷ୍ଟି କରିବା ପାଇଁ ସରକାର କାର୍ଯ୍ୟ କରୁଥିବା ବେଳେ ଏପରି ଘୃଣ୍ୟ କାର୍ଯ୍ୟ ବିକାଶ କୁ ରୋକି ପାରିବ ନାହିଁ । ବିଶାଳ ହୃଦୟର ମଣିଷ ହୋଇଥିବାରୁ ଭାସ୍କରକୁ ସେ କ୍ଷମା ଦେଇଛନ୍ତି । ତାଙ୍କ ପ୍ରତିଥିବା ଲୋକଙ୍କ ପ୍ରବଳ ସମର୍ଥନ ରହିଛି ।