କରୋନା ନେଗେଟିଭ୍ ରିପୋର୍ଟ ବିନା ରାଜ୍ୟରେ ମିଳିବନି ପ୍ରବେଶ ଅନୁମତି

1 min read

ଚଣ୍ଡିଗଡ଼: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଞ୍ଜାବରେ ନୂଆ ଗାଇଡଲାଇନ୍ ଜାରି କରାଯାଇଛି। ଯାହାଫଳରେ ଏବେ କରୋନା ନେଗେଟିଭ୍ ରିପୋର୍ଟ ବିନା ରାଜ୍ୟରେ କେହି ପ୍ରବେଶ କରିବେ ନାହିଁ। ଏମିତିକି ବିମାନ, ରେଳ କିମ୍ବା ସଡ଼କ ଯୋଗେ ପଞ୍ଜାବକୁ ଆସୁଥିବା ଲୋକମାନେ କରୋନା ନେଗେଟିଭ୍ ରିପୋର୍ଟ କିମ୍ବା ଟୀକାକରଣ ପ୍ରମାଣପତ୍ର ବିନା ରାଜ୍ୟରେ ପ୍ରବେଶ କରିପାରିବେ ନାହିଁ।

ଏହା ବ୍ୟତୀତ ରାଜ୍ୟରେ ଅଣ-ଅତ୍ୟାବଶ୍ୟକ ଦୋକାନଗୁଡିକ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ମଧ୍ୟ କୁହାଯାଇଛି। ନାଇଟ୍ କର୍ଫ୍ୟୁ ସନ୍ଧ୍ୟା ୬ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ ହେବ। ସେହିପରି ସପ୍ତାହାନ୍ତ କର୍ଫ୍ୟୁ ଶୁକ୍ରବାର ସନ୍ଧ୍ୟା ୬ଟାରୁ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ ହେବ।

କାର୍ ବ୍ୟତୀତ ମୋଟର ସାଇକେଲ୍ ରେ କେବଳ ଜଣେ ବ୍ୟକ୍ତିଙ୍କୁ ଯାତ୍ରା ଅନୁମତି ମିଳିବ । ଦୁଇ ଚକିଆ ଯାନରେ ଯଦି କୌଣସି ଗୁରୁତର ବ୍ୟକ୍ତି  ଥିବେ ତାହେଲେ ସେମାନଙ୍କୁ ଅନୁମତି ମିଳିବ ।

୧୦ରୁ ଅଧିକ ଲୋକ କୗେଣସି ବିବାହ, ଅନ୍ତିମ ସଂସ୍କାର ଆଦିରେ ଏକାଠି ହୋଇପାରିବେ ନାହିଁ । ଏହା ବ୍ୟତୀତ ରାଜ୍ୟରେ ସମସ୍ତ ପ୍ରକାର ନିଯୁକ୍ତି ପରୀକ୍ଷା ମଧ୍ୟ ସ୍ଥଗିତ ରଖାଯାଇଛି। ସରକାରୀ କାର୍ଯ୍ୟାଳୟ ଏବଂ ବ୍ୟାଙ୍କଗୁଡ଼ିକ ବର୍ତ୍ତମାନ ୫୦ ପ୍ରତିଶତ କର୍ମଚାରୀଙ୍କ ସହ ଖୋଲିବ। ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଢାବାରେ ବସି ଖାଇବା ନିଷେଧ ।

Leave a Reply