ଗୁରୁ ନାନକ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ
1 min readଅମୃତସର: ପଞ୍ଜାବ ଅମୃତସର ଗୁରୁ ନାନକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ପରେ ମେଡିକାଲରୁ ସମସ୍ତ ରୋଗୀଙ୍କୁ ବାହାର କରି ଦିଆଯାଇଛି । ନିଆଁ ପଛର କାରଣ ହସ୍ପିଟାଲ ପଛ ପଟେ ଥିବା ଟ୍ରାନ୍ସଫର୍ମର ବୋଲି କୁହାଯାଉଛି ।
#UPDATE | Fire Officer Lovepreet Singh said, "Initially, the fire broke out in the transformers. Eight fire tenders reached on spot. The fire is under control. No injuries reported." pic.twitter.com/rknZg0qyvB
— ANI (@ANI) May 14, 2022
ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସମ୍ପୂର୍ଣ୍ଣ ଅଞ୍ଚଳ ଧୂଆଁମୟ ହୋଇ ଯାଇଥିବା ବେଳେ ରୋଗୀଙ୍କ ସମ୍ପର୍କୀୟ ଭୟଭୀତ ହୋଇ ପଡ଼ିଛନ୍ତି । ହଠାତ୍ ହସ୍ପିଟାଲ୍ ପଛ ପଟେ ଥିବା ଟ୍ରାନ୍ସଫର୍ମରରେ ନିଆଁ ଲାଗି ଯାଇଥିଲା । ଆଉ ଦେଖୁ ଦେଖୁ ନିଆଁ ବ୍ୟାପିବା ସହ ସାରା ଅଞ୍ଚଳ ଧୂଆଁମୟ ହୋଇ ଯାଇଥିଲା ।
ନିଆଁ ଓ ଧୂଆଁ ଯୋଗୁ ରୋଗୀ ନିଶ୍ୱାସପ୍ରଶ୍ୱାସରେ କଷ୍ଟ ଅନୁଭବ କରିଥିଲେ । ରୋଗୀ ଓ ସମ୍ପର୍କୀୟ ନିଜେ ନିଜେ ମେଡିକାଲରୁ ବାହାରି ରାସ୍ତାକୁ ପ୍ରାଣ ବିକଳରେ ଦୌଡ଼ି ଆସିଥିଲେ । ଅଗ୍ନିଶମ ବାହିନୀର ପ୍ରାୟ ୧୨ଟି ଗାଡ଼ି ପହଞ୍ଚି ନିଆଁ ଆୟତ୍ତ କରିଛନ୍ତି । ଅଗ୍ନିକାଣ୍ଡ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କ୍ୟାବିନେଟ ମନ୍ତ୍ରୀ ହରଭଜନ ସିଂହ ।