ପଞ୍ଜାବରେ ଅପରେସନ ଲୋଟସ ପ୍ରସଙ୍ଗ, ଆପର ଅଭିଯୋଗ ପରେ ପୋଲିସ ରୁଜୁ କଲା ମାମଲା

ଚଣ୍ଡିଗଡ଼: ପଞ୍ଜାବରେ ଅପରେସନ ଲୋଟସ୍ ପ୍ରସଙ୍ଗ । ଆପର ବିଧାୟକମାନଙ୍କୁ ବିଜେପି ଲାଞ୍ଚ ଯାଚୁଥିବା ଅଭିଯୋଗ କ୍ରମେ ପଞ୍ଜାବ ପୋଲିସ ମାମଲା ରୁଜୁ କରିଛି । ଆମ୍ ଆଦମୀ ପାର୍ଟି ସରକାରକୁ ଗାଦିଚ୍ୟୁତ କରିବା ଲାଗି ବିଜେପି ଉଦ୍ୟମ କରୁଛି ବୋଲି ଅଭିଯୋଗରେ ଦର୍ଶାଯାଇଛି । ଏହା ସହ ଘଟଣାର ତଦନ୍ତ ଦାବି କରିଛି ଆପ୍ । ଆପର ପ୍ରାୟ ୧୦ ଜଣ ବିଧାୟକଙ୍କୁ ବିଜେପି ୨୫ କୋଟି ଲେଖାଏଁ ଟଙ୍କା ଲାଞ୍ଚ ଯାଚିଥିବା ନେଇ ଅଭିଯୋଗରେ ଦର୍ଶାଯାଇଛି ।

ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛି ବିଜେପି । ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ୍ କହିଛନ୍ତି ଦିଲ୍ଲୀରେ ଅପରେସନ ଲୋଟସ ବିଫଳ ହୋଇଛି । ପୂର୍ବରୁ ଏନେଇ ସାଂଘାତିକ ଅଭିଯୋଗ କରିଥିଲେ ପଞ୍ଜାବର ଅର୍ଥମନ୍ତ୍ରୀ ହରପାଲ ସିଂହ ଚୀମା । ଆପ୍‌ ବିଧାୟକଙ୍କୁ ୨୦ରୁ ୨୫ କୋଟି ଟଙ୍କା ଦେଇ କିଣିବାକୁ ବଡ଼ ଷଡ଼ଯନ୍ତ୍ର କରାଯାଇଥିବା ନେଇ ସେ ଅଭିଯୋଗ କରିଥିଲେ ।