ହିଲ୍ ଷ୍ଟେସନରେ ପ୍ରବଳ ବର୍ଷା ଯୋଗୁଁ ଗୋଟେ ଘରେ ଅଟକିଲେ ୩୦ ଜଣ ପର୍ଯ୍ୟଟକ

ପୁଣେ: ମହାରାଷ୍ଟ୍ରର ଲୋନାଭଲାରେ ଗତ କିଛି ଦିନ ହେବ ପ୍ରବଳ ବର୍ଷା ହେତୁ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବୁଧବାର ଦିନ ଲୋନାଭଲାରେ ପ୍ରବଳ ବର୍ଷା ଯୋଗୁଁ ଚାରିଆଡେ ଜଳମଗ୍ନ ହୋଇଛି । ଲୋନାଭଲାର ହିଲ୍ ଷ୍ଟେସନ ଗାଁ ମାଲବଲିକୁ ପରିଦର୍ଶନ କରିବାକୁ ଆସିଥିବା ପ୍ରାୟ ୨୫ରୁ ୩୦ ପର୍ଯ୍ୟଟକ ଏକ ବଙ୍ଗଳାରେ ଫସି ରହିଥିଲେ। ଘଟଣା ସ୍ଥଳରେ  ଶିବଦୁର୍ଗ ଉଦ୍ଧାରକାରୀ ଟିମ୍ ଏବଂ ସ୍ଥାନୀୟ ଲୋକ ପହଞ୍ଚି ସମସ୍ତ ପର୍ଯ୍ୟଟକଙ୍କୁ ଉଦ୍ଧାର କରି ଏକ ସୁରକ୍ଷିତ ସ୍ଥାନକୁ ନେଇଥିଲେ। ଏହି ଘଟଣାର ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଅନେକ ପର୍ଯ୍ୟଟକ ଅଣ୍ଟାଏ ଲେଖାଏଁ ପାଣିରେ ଯାଉଥିବା ନଜର ଆସିଛନ୍ତି।

ପୁଣେରେ ଲୋନାଭଲା ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥାନ । ପର୍ଯ୍ୟଟକମାନେ ବର୍ଷସାରା ଏଠାକୁ ବୁଲିବାକୁ ଆସିଥାନ୍ତି । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି ।

ଅନ୍ୟପକ୍ଷରେ ଲୋନାଭଲା ଏବଂ ଏହାର ଆଖପାଖ ଅଞ୍ଚଳରେ ଅଧିକ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ (ଆଇଏମଡି) । ଏଥି ସହିତ ପ୍ରବଳ ବର୍ଷା ଯୋଗୁଁ  ସ୍ଥାନୀୟ ପ୍ରଶାସନ ଗୁରୁବାର ଏବଂ ଶୁକ୍ରବାର ଦିନ ସ୍କୁଲ ବନ୍ଦ କରିବାକୁ ଘୋଷଣା କରିଛି।