ଅଡ଼ୁଆରେ ପୁଡୁଚେରୀ କଂଗ୍ରେସ ସରକାର: ଫ୍ଳୋର ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେଲେ ରାଜ୍ୟପାଳ

ଅଡୁଆରେ ପୁଡୁଚେରୀ କଂଗ୍ରେସ ସରକାର । ଆସନ୍ତା ୨୨ ତାରିଖରେ ଫ୍ଲୋର ଟେଷ୍ଟ ଦେବାକୁ ନିର୍ଦ୍ଦେଶ ଦେଲେ ଉପରାଜ୍ୟପାଳ । ଲଗାତର ବିଧାୟକଙ୍କ ଇସ୍ତଫା ପରେ ସରକାର ବହୁମତ ହରାଇଛି । ତେଣୁ ୨୨ ତାରିଖରେ ବହୁମତ ସାବ୍ୟସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉପରାଜ୍ୟପାଳ ତମିଲିସାଇ ସୌନ୍ଦର୍ଯ୍ୟରାଜନ୍ । ମଙ୍ଗଳବାର ଦଳର ବିଧାୟକ ଜନ୍ କୁମାର ବିଧାନସବା ସଦସ୍ୟତା ପଦରୁ ଇସ୍ତଫା ଦେଇଥିଲେ । ଗୋଟିଏ ମାସରେ ୪ ଜଣ ବିଧାୟକଙ୍କ ଇସ୍ତଫା ଦଳକୁ ଅଡୁଆରେ ପକାଇଛି । ଏନେଇ ବିରୋଧୀ ଦଳ ଉପରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କରିବା ପରେ ଫ୍ଲୋର ଟେଷ୍ଟ ପାଇଁ ନିର୍ଦ୍ଦେଶ ଜାରି ହୋଇଛି । ମୁଖ୍ୟମନ୍ତ୍ରୀ ବି ନାରାୟଣସାମୀ ୨୨ ଫେବ୍ରୁଆରୀ ସଂଧ୍ୟା ୫ଟାରେ ବିଧାନସଭାରେ ନିଜର ବହୁମତ ସାବ୍ୟସ୍ତ କରିବେ । ଏହି ଘଟଣା ପରେ ପୁଣିଥରେ ରାଜ୍ୟରେ ସରକାର ଗଢିବାର ସ୍ବପ୍ନ ଦେଖିଛି ବିରୋଧୀ ବିଜେପି । ସୂଚନାଯୋଗ୍ୟ ଯେ, ସୌନ୍ଦର୍ଯ୍ୟରାଜନ ଆଜି ଉପରାଜ୍ୟପାଳ ପଦରେ ଶପଥ ଗ୍ରହଣ କରିଛନ୍ତି । କିରଣ ବେଦୀଙ୍କୁ ୧୬ ତାରିଖରେ ପଦରୁ ହଟାଇବା ପରେ ଆଜି ସୌନ୍ଦର୍ଯ୍ୟରାଜନ ଶପଥ ନେଇଥିଲେ ।

ଏଥିସହିତ ପଢ଼ନ୍ତୁ: ସାଂସଦ ଅପରାଜିତାଙ୍କ ପିଏଙ୍କ ଗୁଣ୍ଡାଗିରି ଘଟଣା, ଡିସିପିଙ୍କ ଦ୍ୱାରସ୍ଥ ହେଲେ ଶୁଭମ୍ ଓ ତାଙ୍କ ମା’‌

Leave a Reply