ଅବଢ଼ା ଯୋଜନାରେ ପୁରୀରେ ହେବ ଟ୍ରମ୍ପେଡ୍ ବ୍ରିଜ, ସରିଲାଣି ୯୦ ପ୍ରତିଶତ ଜମି ଅଧିଗ୍ରହଣ

1 min read

ପୁରୀ: ଶ୍ରୀକ୍ଷେତ୍ରରେ ରାଜ୍ୟ ସରକାରଙ୍କ ଡ୍ରିମ ପ୍ରୋଜେକ୍ଟ ଶ୍ରୀସେତୁ । ଏଥିପାଇଁ ଆବଶ୍ୟକ ଜମିରୁ ୯୦ ପ୍ରତିଶତ ଅଧିଗ୍ରହଣ ହୋଇ ସାରିଛି । ଆଜି ଚାରିଟି ସ୍ଥାନରେ ପ୍ରଶାସନ ପକ୍ଷରୁ ଜନଶୁଣାଣି କରାଯାଇଥିଲା । ଏହାପରେ ପ୍ରଭାବିତ ହୋଇଥିବା ଲୋକଙ୍କ ଭୂ-ଅର୍ଜନ ଓ ପୁନଃ ଥଇଥାନକୁ ନେଇ ସୁବିଧା ଓ ଅସୁବିଧା ସମ୍ପର୍କରେ ସ୍ୱତନ୍ତ୍ର ଚିଠା ପ୍ରସ୍ତୁତ କରାଯିବ ।

Public Grievances In Puri For Shree Setu Construction

ମାଳତୀପାଟପୁର ବାଇପାସ୍ ରୋଡରୁ ଶ୍ରୀଜଗନ୍ନାଥ ବଲ୍ଳଭ । ୧୯୦ କୋଟି ବ୍ୟୟରେ ନିର୍ମାଣ ହେବ ଶ୍ରୀସେତୁ । ବ୍ରିଜ୍‌ର ଲମ୍ବ ରହିଛି ଦେଢ଼ କିଲୋମିଟର । ୩୯.୯୮୪ ଏକର ଜମିରେ ହେବାକୁ ଥିବା ଏହି ବ୍ରିଜ୍ ଦ୍ୱାରା ଦାଣ୍ଡିମାଳସାହି, ମାର୍କଣ୍ଡେଶ୍ୱର ସାହି, ମାଟିତୋଟା ଓ ସମଙ୍ଗ ଅଞ୍ଚଳର ଲୋକେ ପ୍ରଭାବିତ ହେବେ । ତେଣୁ ଏହି ୪ଟି ମୌଜାର ଲୋକଙ୍କୁ ନେଇ ଆଜି ପ୍ରଶାସନ କରିଥିଲା ଜନଶୁଣାଣି । ସ୍ଥାନୀୟ ବାସିନ୍ଦା ପ୍ରଶାସନକୁ କହିଥିଲେ ସେମାନଙ୍କ ସୁବିଧା, ଅସୁବିଧାର କଥା ।

Public Grievances In Puri For Shree Setu Construction In Puri For Shree Set

ଶ୍ରୀକ୍ଷେତ୍ର ସୌନ୍ଦର୍ଯ୍ୟକରଣ ସ୍ୱପ୍ନକୁ ସାକାର କରିବ ଏହି ଶ୍ରୀସେତୁ । ତେଣୁ ବିସ୍ଥାପିତ ବି ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି । ପ୍ରକଳ୍ପ ନେଇ ଜମି ଅଧିଗ୍ରହଣ କାର୍ଯ୍ୟ ଏକ ପ୍ରକାର ଶେଷ ପର୍ଯ୍ୟାୟରେ ରହିଛି । ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଦ୍ୱାରା ଏହାର ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ ।

Leave a Reply