ଆସୁଛି ହିନ୍ଦୀ ଚଳଚ୍ଚିତ୍ର ପୃଥ୍ୱୀରାଜ ଚୈାହାନ, ଟିଜର ରିଲିଜ

ମୁମ୍ୱାଇ : ଟ୍ରେଲରରେ ଲକ୍ଷେ ଭିଉ ପାଇଥିବା ହିନ୍ଦୀ ଚଳଚ୍ଚିତ୍ର ପୃଥ୍ୱୀରାଜ ଚୈାହାନର ଟିଜର ଏବେ ରିଲିଜ ହୋଇସାରିଛି । ଅକ୍ଷୟଙ୍କ ଏଣ୍ଟ୍ରିରୁ ଆରମ୍ଭ ହେଉଛି ଫିଲ୍ମର ଟିଜର । ଟିଜରରେ ମହାରାଜା ପୃଥ୍ୱୀରାଜ ଚୈାହାନଙ୍କ ବାହାଦୂରୀ, ସାହସିକତା ଦର୍ଶାଇଥିବା ବେଳେ ତାଙ୍କ ପଛରେ ଥାନ୍ତି ଶହେ ସେନା, ସାମନ୍ତ ।  ଯିଏ ନିଜ ବଚନ ଏବଂ ଦେଶ ପାଇଁ ଜୀବନ ସମର୍ପଣ କରିବାକୁ ମଧ୍ୟ ପଛାଇ ନଥିଲେ । ଟିଜରର ଏକ ଦୃଶ୍ୟ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି । ଯେଉଁଥିରେ କୁହାଯାଉଛି “ସମସ୍ତେ ସଲାମ କରିବାକୁ ପ୍ରସ୍ତୁତ ରୁହନ୍ତୁ ହିନ୍ଦୁସ୍ତାନର ସିଂହ ଆସୁଛନ୍ତି” ।

 

 

ଏହି ଟିଜରରେ ଯୁଦ୍ଧର ମଇଦାନ ଦେଖାଯାଉଥିବା ବେଳେ ଏଥିରେ ଅକ୍ଷୟ କୁମାର, ସୋନୁ ସୁଦ୍ଧ, ମାନୁସୀ ଚିଲ୍ଲାର, ସଞ୍ଜୟ ଦତ୍ତଙ୍କର ଅଭିନୟ ଦେଖିବାକୁ ମିଳିଛି । ଡଃ ଚନ୍ଦ୍ରପ୍ରକାଶ ଦ୍ୱିବେଦୀ ଫିଲ୍ମର ନିର୍ଦ୍ଦେଶକ ଥିବା ବେଳେ ଅକ୍ଷୟ କୁମାର, ସୋନୁ ସୁଦ୍ଧ, ମାନୁସୀ ଚିଲ୍ଲାର, ସଞ୍ଜୟ ଦତ୍ତ ଚମତ୍କାର ଅଭିନୟ କରିଛନ୍ତି । ୨୦୧୭ର ମିସ୍ ୱାର୍ଡ ଅଧିକାରୀ ମାନୁସୀ ଚିଲ୍ଲାରଙ୍କ ଏହା ପ୍ରଥମ ଚଳଚ୍ଚିତ୍ର ହୋଇଥିବା ବେଳେ ଏଥିରେ ସେ ମୁଖ୍ୟ ଚରିତ୍ର ‘ସଂଯୋଜିତା’ ଭୂମିକାରେ ନଜର ଆସିବେ । ୨୦୧୯ରେ ଏହି ଚଳଚ୍ଚିତ୍ରଟି ରିଲିଜ ହେବାକୁ ଥିବାବେଳେ କରୋନା ମହାମାରୀ ଯୋଗୁଁ ବିଳମ୍ବ ହୋଇଥିଲା । ମାତ୍ର ବର୍ତ୍ତମାନ ଖୁବ୍ ଶୀଘ୍ର ପୃଥ୍ୱୀରାଜ ଚୈହାନ ମୁକ୍ତିଲାଭ କରିବ ।

Leave a Reply