ନନ୍ଦିଘୋଷ ବ୍ୟୁରୋ : ପାଣିପାଇଁ ହଲ୍ଲାବୋଲ । ହାତରେ ଗରା ବାଲଟି ଧରି ଧାରଣା ଦେଲେ ଗାଁଲୋକେ । କପ୍ତିପଦା ବ୍ଲକ ଗଡ଼ସାହି ୬ ନମ୍ବର ୱାର୍ଡର ଦୃଶ୍ଯ । ଖରା ଆରମ୍ଭରୁ ଅଞ୍ଚଳରେ ଦେଖାଦେଇଛି ପାଣି ସମସ୍ୟା । ବାରମ୍ବାର ଅଭିଯୋଗ ପରେ ମଧ୍ୟ ଶୁଣୁନି ପ୍ରଶାସନ । ତେଣୁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଆଗରେ ଧାରଣାରେ ବସିଲେ ମହିଳା । ୭୦ ରୁ ଅଧିକ ପରିବାର ପାଇଁ ପାନୀୟ ଜଳର କୌଣସି ସୁବିଧା ନାହିଁ। ଗ୍ରାମରେ ଥିବା ଗୋଟିଏ ନଳକୂପ ଥିବାବେଳେ ସେଥୁରୁ ବାହାରୁନି ପାଣି । କେବଳ ସେତିକି ନୁହେଁ ୱାଟକୋ ତରଫରୁ ଦିଆଯାଉଥିବା ପାଣି ମଧ୍ୟ ମନ ମୁତାବକ ଆସୁଛି । ପାନୀୟ ଜଳ ସମସ୍ୟା ତୁରନ୍ତ ସମାଧାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି କହିଛନ୍ତି ବିକ୍ଷୋଭକାରୀ ।

