ପୁଣି ହଟହଟା ହେଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ପୁଣି ହଟହଟା ହେଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ୟୁନିଟ ୩ ପ୍ରେସ କଲୋନୀ ଜଗନ୍ନାଥ ବସ୍ତିରେ ଅପରାଜିତାଙ୍କୁ ବିରୋଧ କରିଛନ୍ତି ଜନସାଧାରଣ । କୁଆଡ଼େ ଆସିଛ ବୋଲି ପ୍ରଶ୍ନ ପଚାରିବା ସହିତ କଳାପତାକା ଦେଖାଇ ପ୍ରତିବାଦ କରିଛନ୍ତି । କିଛି ଅସାମାଜିକ ଲୋକଙ୍କୁ ନେଇ ଅପରାଜିତା ବସ୍ତିକୁ ଯାଇଥିବା ଅଭିଯୋଗ ହୋଇଛି ।

ଯାହାକୁ ବିରୋଧ କରିଥିଲେ ବସ୍ତିବାସିନ୍ଦା । ନିର୍ବାଚନ ପରେ ସାଂସଦଙ୍କଙ୍କ ଦେଖାମିଳୁନି । ସେମାନଙ୍କୁ ଅପରାଜିତା ଅଣଦେଖା କରୁଥିବା ଅଭିଯୋଗ ଆଣି ତୀବ୍ର ବିରୋଧ କରିଥିଲେ ଶହଶହ ଲୋକ । ଶେଷରେ ଗୋ ବ୍ୟାକ ନାରାରେ ଫେରିଯିବାକୁ ବାଧ୍ୟ ହୋଇଥିଲେ ଅପରାଜିତା । ପୂର୍ବରୁ କେଦାରପଲ୍ଲୀ ବସ୍ତିକୁ ଯାଇ ସମାନ ଢଙ୍ଗରେ ହଟହଟା ହୋଇଥିଲେ ଭୁବନେଶ୍ବର ସାଂସଦ ।

ସାଢେ ୩ବର୍ଷ ପରେ କୁଆଡ଼େ ଆସିଛ ବୋଲି ପ୍ରଶ୍ନ କରି ଅସନ୍ତୋଷ ପ୍ରକାଶ କରିଥିଲେ ଜନସାଧାରଣ । ବିରୋଧକୁ ସାମ୍ନା କରିନପାରି ବସ୍ତିରୁ ଫେରିଯାଇଥିଲେ ଅପରାଜିତା ଷଡ଼ଙ୍ଗୀ । ନିର୍ବାଚିନ ଜିତିବା ପରେ ଅପରାଜିତା ଲୋକଙ୍କ ସମ୍ପର୍କରେ ରହୁନାହାନ୍ତି । ଜନସାଧାରଣଙ୍କ କଥା ନବୁଝି ରାଜନୀତିରେ ମାତିଥିବା ଅଭିଯୋଗ ହୋଇଛି । ସାଂସଦଙ୍କର ଏଭଳି ଆଚରଣକୁ ନାପସନ୍ଦ କରିବା ସହ ସବୁଠି ତାଙ୍କୁ ବିରୋଧ କରାଯାଉଛି ।