ଉତ୍କଳ ବିଶ୍ବବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ ଘଟଣା, ପ୍ରଫେସର ନିଲମ୍ବିତ

1 min read

ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ଘଟଣାରେ ନିଲମ୍ବିତ ହେଲେ ସଂପୃକ୍ତ ଆସୋସିଏଟ ପ୍ରେଫେସର । ବିଶ୍ବବିଦ୍ଯାଳୟ ଆଇସିସିର ରିପୋର୍ଟ ଆଧାରରେ ଅର୍ଥନୀତି ବିଭାଗର ଆସୋସିଏଟ ପ୍ରେଫେସରଙ୍କୁ କୁଳପତି ସସପେଣ୍ଡ କରିଛନ୍ତି । କୁଳପତିଙ୍କ ବିନା ଅନୁମତିରେ ହେଡକ୍ବାର୍ଟର୍ସ ନଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି ।

କ୍ୟାମ୍ପସ ଭିତରେ ନିଜ ରୁମରେ ଛାତ୍ରୀଙ୍କୁ ପ୍ରଫେସର ଜଣଙ୍କ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଟଣା ଓଟରା କରିବା ସହ ଏହାକୁ ବାହାରେ ପ୍ରକାଶ ନକରିବାକୁ ଧମକ ଦେଇଥିଲେ । ପ୍ରାୟ ମାସେ ତଳେ ଅଗଷ୍ଟ ୧୬ ତାରିଖରେ ଏହି ଘଟଣା ଘଟିଥିଲା । ବହି ଆଣିବାକୁ ଯାଇଥିବା ବେଳେ ପ୍ରଫେସର ଜଣକ ଅସଦାଚରଣ କରିଥିବା ପୀଡ଼ିତା ଅଭିଯୋଗ କରିଥିଲେ । ଏ ସମ୍ପର୍କରେ ୟୁନିଭର୍ସିଟିର ସେକ୍ସୁଆଲ୍ ହାରାସମେଣ୍ଟ ସେଲରେ ସଂପୃକ୍ତ ଛାତ୍ରୀ ଅଭିଯୋଗ କରିବା ସହ କୁଳପତିଙ୍କୁ ମଧ୍ୟ ଚିଠି ଲେଖିଥିଲେ ।

ଘଟଣାର ମାସେ ପରେ କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ । ଯାହାକୁ ନେଇ ଅସନ୍ତୋଷ ବଢିଥିଲା । ପରେ ୟୁନିଭର୍ସିଟି ଆଭ୍ୟନ୍ତରୀଣ ଅଭିଯୋଗ କମିଟି ତନାଘନା ଆରମ୍ଭ କରିଥିଲା । ସମ୍ବେଦନଶୀଳ ଘଟଣାକୁ ନେଇ NHRCରେ ମାମଲା ରୁଜୁ କରିଥିଲେ ସୂଚନା ଅଧିକାର କର୍ମୀ ଜୟନ୍ତ ଦାସ । ପୀଡିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଦାବି ହୋଇଛି ।