ପଦ୍ମ ସମ୍ମାନ ଘୋଷଣା: ୧୧ଜଣ ଓଡ଼ିଆ ହେବେ ପୁରସ୍କୃତ

ଭୁବନେଶ୍ୱର: ଚଳିତ ବର୍ଷ ପାଇଁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ନେଇ ନାମ ଘୋଷଣା । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦେଶର ମୋଟ ୭ ଜଣ ପାଇବେ ପଦ୍ମ ବିଭୂଷଣ, ୧୬ ଜଣଙ୍କୁ ପଦ୍ମ ଭୂଷଣ ଓ ୧୧୮ ଜଣ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବେ ।  ଏମାନଙ୍କ ମଧ୍ୟରେ ରହିଛନ୍ତି ୧୧ ଜଣ ଓଡ଼ିଆ  ।

ଓଡ଼ିଆ ସାହିତ୍ୟିକ ମନୋଜ ଦାସ ପାଇବେ ପଦ୍ମଭୂଷଣ ସମ୍ମାନ 

ମେଡିସିନ ବିଭାଗର ପ୍ରବାସୀ ଓଡ଼ିଆ ଡାକ୍ତର ଦିଗମ୍ୱର ବେହେରା ପାଇବେ ପଦ୍ମଶ୍ରୀ ସମ୍ମାନ

ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରବାସୀ ଓଡ଼ିଆ ପ୍ରଶାନ୍ତ କୁମାର ପଟ୍ଟନାୟକ ପାଇବେ ପଦ୍ମଶ୍ରୀ ସମ୍ମାନ

ପଶୁପାଳନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବଟକୃଷ୍ଣ ସାହୁଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ

ଜୈବିକ କୃଷିରେ ଉଲ୍ଲେଖନୀୟ ଅବଦାନ ପାଇଁ ସମାଜସେବୀ ପ୍ରଫେସର ରାଧାମୋହନଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ

ଜୈବିକ କୃଷିରେ ଉଲ୍ଲେଖନୀୟ ଅବଦାନ ପାଇଁ ସାବରମତିଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ (ପ୍ରଫେସର ରାଧାମୋହନଙ୍କ କନ୍ୟା)

କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମିତ୍ରଭାନୁ ଗନ୍ତିଆ ପାଇବେ ପଦ୍ମଶ୍ରୀ ସମ୍ମାନ

ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବୀଣାପାଣି ମହାନ୍ତି ପାଇବେ ପଦ୍ମଶ୍ରୀ ସମ୍ମାନ

କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମରୋଣତ୍ତରଭାବେ ପଦ୍ମଶ୍ରୀ ପାଇବେ ମନମୋହନ ମହାପାତ୍ର

ସାହିତ୍ୟ ଓ ଶିକ୍ଷା ପାଇଁ ଦମୟନ୍ତି ବେଶ୍ରା ପାଇବେ ପଦ୍ମଶ୍ରୀ ସମ୍ମାନ

କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଉତ୍ସବ ଚରଣ ପାଇବେ ପଦ୍ମଶ୍ରୀ ସମ୍ମାନ 

ଦେଶର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଡେସ୍‌ଙ୍କୁ ମିଳିବ ପଦ୍ମବିଭୂଷଣ ସମ୍ମାନ । ସେହିପରି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁଷମା ସ୍ୱରାଜ ମରୋଣତ୍ତଭାବେ ପାଇବେ ପଦ୍ମ ବିଭୂଷଣ ସମ୍ମାନ । ମହିଳା ବକ୍ସର ଏମ୍‌.ସି ମେରୀ କମ୍‌ ମଧ୍ୟ ପାଇବେ ପଦ୍ମବିଭୂଷଣ ସମ୍ମାନ । ସିନେ ଅଭିନେତ୍ରୀ କଙ୍ଗନା ରଣାଓ୍ୱତ, ଫିଲ୍ମ ନିର୍ଦ୍ଦେଶକ ତଥା ପ୍ରଯୋଜକ କରନ ଜୋହର ପାଇବେ ପଦ୍ମଶ୍ରୀ ସମ୍ମାନ ।

Leave a Reply