ବିଜେଡି ସାଙ୍ଗଠନିକ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ
1 min readଭୁବନେଶ୍ବର: ବିଜେଡିର ସାଙ୍ଗଠନିକ ନିର୍ବାଚନ ନେଇ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ସମ୍ପୂର୍ଣ୍ଣ ହେବାକୁ ୧୨ ସପ୍ତାହ ଲାଗିବ । ଚଳିତ ମାସ ଶେଷ ସୁଦ୍ଧା କିମ୍ବା ଫେବୃଆରୀ ପ୍ରଥମ ସପ୍ତାହ ସୁଦ୍ଧା ବିଜେଡି ସାଙ୍ଗଠନିକ ନିର୍ବାଚନ ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ତୃଣମୂଳ ସ୍ତରର ଅଧିକାରୀ ନିଯୁକ୍ତି ହେବେ । ସେଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି । ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରତାପ ଦେବଙ୍କୁ ରାଜ୍ୟ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ଦେଇଛନ୍ତି । ସେହି କ୍ରମେ ଦଳ ଆଗକୁ ବଢୁଛି ।
ପ୍ରତାପ ଦେବ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ନେତାଙ୍କ ସହ ଆଲୋଚନା ହୋଇଛି । ସବୁ ନେତାଙ୍କ ସହ ଆଲୋଚନା କରାଯିବ । ତୃଣମୂଳ ସ୍ତରରୁ ରାଜ୍ୟସ୍ତର ଯାଏଁ ନିର୍ବାଚନ ହେବ ବୋଲି କହିଛନ୍ତି ପ୍ରତାପ । ଅନ୍ୟପଟେ ଦଳରେ କିଛି ଗୋଷ୍ଠୀ କନ୍ଦଳ ନାହିଁ ବୋଲି କହିଛନ୍ତି ବିଜେଡି ବିଧାୟକ ମନୋହର ରନ୍ଧାରୀ । ନେତା ଓ କର୍ମୀଙ୍କ ସହ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି । କେଉଁ ଜିଲ୍ଲାରେ କେମିତି ସଂଗଠନ ଅଛି ? କ’ଣ ରଣନୀତି କରାଯିବ ତାହା ସ୍ଥିର କରାଯାଉଛି । ସେ ନେଇ ଆଲୋଚନା ଜାରି ରହିଛି । ପ୍ରତାପ ଦେବଙ୍କୁ ନିର୍ବାଚନୀ ଅଧିକାରୀ ନିଯୁକ୍ତି କରାଯାଇଛି । ଖୁବଶୀଘ୍ର ଜିଲ୍ଲା ସଭାପତି, ବ୍ଲକ ସଭାପତି, ପଞ୍ଚାୟତ ସଭାପତିଙ୍କ ନାଁ ଘୋଷଣା କରାଯିବ ।
ଠିକ ସମୟରେ ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ସରିବ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ । ବିଜେପି ସବୁ କଥାରେ ୨୪ ବର୍ଷ କଥା ଶୁଣି ଶୁଣି କାନ ବଧିର ହୋଇଗଲାଣି l କେତେ ଆଉ ନିଜ ଦୋଷ ଲୁଚାଇ ବିଜେପି ପୂର୍ବ ସରକାର କଥା କହି ଲୋକଙ୍କୁ ଭୁଆଁ ବୁଲାଇବ ବୋଲି ସେ ପଚାରିଛନ୍ତି ।