spot_img

Latest Posts

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଗିରଫ କଲା ୟୁପି ପୋଲିସ

ନୂଆଦିଲ୍ଲୀ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଗିରଫ କରିଛି ଉତ୍ତରପ୍ରଦେଶ ପୋଲିସ । ପୂର୍ବରୁ ପୋଲିସ ତାଙ୍କୁ ସୀତାପୁର ଗେଷ୍ଟ ହାଉସରେ ଅଟକ ରଖିଥିବା ବେଳେ ଆଜି ତାଙ୍କୁ ଗିରଫ କରିଛି ଉତ୍ତରପ୍ରଦେଶ ପୋଲିସ । ହିଂସାରେ ପ୍ରାଣ ହରାଇଥିବା ଚାଷୀ ପରିବାକୁ ଭେଟିବାକୁ ଲକ୍ଷ୍ମୀପୁର ଖେରି ଯାଉଥିବା ବେଳେ ପୋଲିସ ତାଙ୍କୁ ତାଙ୍କୁ ସୀତାରପୁର ଠାରେ ଥିବା ଗେଷ୍ଟ ହାଉସରେ ଅଟକ ରଖିଥିଲା।

ସୂଚନା ଯୋଗ୍ୟ, ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରିରେ ଚାଷୀ ମୃତ୍ୟୁ ଘଟଣାରେ ଦେଶବ୍ୟାପୀ ଅସନ୍ତୋଷ କୁହୁଳୁଛି । ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଓ ମୃତ ଚାଷୀଙ୍କୁ ନ୍ୟାୟ ଦେବା ପାଇଁ ସବୁ ସ୍ତରରେ ଦାବି ଜୋର ଧରିଛି । ବିଭିନ୍ନ ସଙ୍ଗଠନ ଓ ରାଜନୈତିକ ଦଳ ରାଜରାସ୍ତାକୁ ଓହ୍ଲାଇବା ସହ ପ୍ରତିବାଦ କରିଛନ୍ତି । ଯୋଗୀ ସରକାର ଘଟଣାରେ ଉଚିତ୍ ତଦନ୍ତ କରିବା ପାଇଁ ଦାବି ହୋଇଛି । କଂଗ୍ରେସ, ସମାଜବାଦୀ ପାର୍ଟି, ବହୁଜନ ସମାଜବାଦୀ ପାର୍ଟି, ଆପ୍, ଟିଏମସି, ବାମଦଳ ସହ ତମାମ ବିରୋଧୀ ଦଳ ଘଟଣାକୁ ତୀବ୍ର ନିନ୍ଦା କରିବା ସହ ନ୍ୟାୟ ଦାବି କରିଛନ୍ତି । ସେପଟେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ହିଂସାରେ ପ୍ରାଣହରାଇଥିବା ଲୋକ ପରିବାରକୁ ସାକ୍ଷାତ କରିବକୁା ଯାଉଥିବା ବେଳେ  ପୋଲିସ ୨୮ ଘଣ୍ଟା ଧରି ଅଟକ ରଖିଥିଲା ।
ଏ ନେଇ ଟ୍ୱିଟର ଯୋଗେ ପ୍ରିୟଙ୍କା ଯୋଗୀ ସରକାର ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ବିଷ ଓଗାଳିଛନ୍ତି  । ତାଙ୍କ ବିରୋଧରେ କୈଣସି ଅଭିଯୋଗ କିମ୍ବା କୈଣସି ନିର୍ଦ୍ଧିଷ୍ଟ ୱାରେଣ୍ଟ ନଥିବା ସତ୍ତ୍ୱେ ଉତ୍ତରପ୍ରଦେଶ ପୋଲିସ ପ୍ରାୟ ୨୮ ଘଣ୍ଟା ପାଖାପାଖି ଅଟକ ରଖିଛି  । ଗତକାଲି ଭୋରରୁ ପ୍ରିୟଙ୍କା ଗାନ୍ଧୀ ଲକ୍ଷମୀପୁର ଆନ୍ଦୋଳନ ସ୍ଥଳକୁ ଯାଉଥିବାବେଳେ ପୋଲିସ ତାଙ୍କୁ ଅଧ ରାସ୍ତାରେ ଅଟକ ରଖିଥିଲା  । ପରେ ପ୍ରିୟଙ୍କା ଯେଉଁ ଗେଷ୍ଟ ହାଉସରେ ରହୁଥିଲେ, ତାକୁ ଝାଡ଼ୁ କରୁଥିବା ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା  ।

Latest Posts

Don't Miss