spot_img

Latest Posts

୧୮ ବର୍ଷ ପୂର୍ବେ ତାମିଲ ଫିଲ୍ମରୁ କରିଥିଲେ ଏଣ୍ଟ୍ରି… ଜନ୍ମଦିନରେ ପ୍ରିୟଙ୍କାଙ୍କ ପୁରୁଣା ଫଟୋ ଭାଇରାଲ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପଡା ହିନ୍ଦି ସିନେମା ଜଗତରେ ୨୦୦୩ ମସିହାରେ ଡେବ୍ୟୁ କରିଥିଲେ । ଫିଲ୍ମ ‘ଦ ହିରୋ ଲଭ ଷ୍ଟୋରୀ ଅଫ୍ ଏ ସ୍ପାଏ’ ରେ ଅଭିନୟ କରି ସେ ନିଜ କ୍ୟାରିଅର ଆରମ୍ଭ କରିଥିଲେ । କିନ୍ତୁ ଏହା ପୂର୍ବରୁ ପ୍ରିୟଙ୍କା ତାମିଲ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ । ୨୦୦୨ ମସିହାରେ ରିଲିଜ ହୋଇଥିବା ଫିଲ୍ମ ଥାମିଜନ୍ ରେ ଅଭିନୟ କରି  ପ୍ରିୟଙ୍କା ପ୍ରଥମ ଥର ପାଇଁ ବଡ ପରଦାରେ ସ୍କ୍ରିନ୍ ସେୟାର କରିଥିଲେ । ତେବେ ତାମିଲ ଚଳଚ୍ଚିତ୍ରରେ ଅଭିନୟ କରି ପ୍ରିୟଙ୍କା ପ୍ରଥମ ଥର ପାଇଁ ସିଲଭର ସ୍କ୍ରିନ୍ ରେ ନଜର ଆସିଥିଲେ ।

୧୯୮୨ ମସିହା ଜୁଲାଇ ମାସ ୧୮ ତାରିଖ ବିହାରର ଜମସେଦପୁରରେ ପ୍ରିୟଙ୍କାଙ୍କର ଜନ୍ମ ହୋଇଥିଲା । ପ୍ରିୟଙ୍କାଙ୍କ ବାପା ମାଆ ସେନାରେ ଡାକ୍ତର ଥିଲେ। ଆଜି ପ୍ରିୟଙ୍କା ତାଙ୍କର ୩୮ତମ ଜନ୍ମଦିନ ପାଳନ କରୁଛନ୍ତି । ଆନ୍ତର୍ଜାତୀୟ ଷ୍ଟାର ପାଲଟିଥିବା ପ୍ରିୟଙ୍କା ତାଙ୍କ ପ୍ରଥମ ଚଳଚ୍ଚିତ୍ରରେ କେମିତି ଦେଖାଯାଉଥିଲେ ତାହା କେହି ମନେ ରଖିନଥିବେ । ତେବେ ପ୍ରିୟଙ୍କାଙ୍କ ପ୍ରଥମ ଚଳଚ୍ଚିତ୍ରରର କିଛି ବିଶେଷ ଫଟୋକୁ ଦେଖିଲେ ସେହି ପୁରୁଣା ସ୍ମୃତିକୁ ଦର୍ଶକ ତାଜା କରିପାରିବେ ।

ଥାମିଜନ୍ ଫିଲ୍ମରେ ପ୍ରିୟଙ୍କା ମୁଖ୍ୟ ଭୂମିକାରେ ତାମିଲ ସୁପରଷ୍ଟାର ବିଜୟ ଏବଂ ମହିଳା ମୁଖ୍ୟ ଭୂମିକାରେ ପ୍ରିୟଙ୍କାଙ୍କ ସହିତ ଏକ ଆକ୍ସନ୍ ଡ୍ରାମା ଚଳଚ୍ଚିତ୍ର ଥିଲେ | ପ୍ରକୃତ ଅର୍ଥରେ ଏହା ପ୍ରିୟଙ୍କାଙ୍କ ଡେବ୍ୟୁ | ତେବେ ହିନ୍ଦୀ ସିନେମା ଦୃଷ୍ଟିରୁ ‘ହିରୋ’ ତାଙ୍କର ପ୍ରଥମ ଚଳଚ୍ଚିତ୍ର ବୋଲି ବିବେଚନା କରାଯାଏ। ପ୍ରିୟଙ୍କାଙ୍କ ବ୍ୟତୀତ ବାକି ଷ୍ଟାର କାଷ୍ଟ, ରେବତୀ, ନାସର ଏବଂ ଆଶିଷ ବିଦାର୍ଥୀ ଥାମିଜାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଡି ଇମାନ ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।

ଫିଲ୍ମରେ ଜଣେ ଓକିଲଙ୍କ ବିଷୟରେ ଦେଖାଯାଇଛି ଯିଏ ଦୁର୍ନୀତି ବିରୋଧରେ ଅନେକ କେସ୍ ଲଢୁଥିଲେ । ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ବିଜୟଙ୍କ ନାଁ ସୂର୍ଯ୍ୟ ରହିଥିବାବେଳେ ଚଳଚ୍ଚିତ୍ରରେ ପ୍ରିୟଙ୍କା ଚୋପ୍ରାଙ୍କ ଚରିତ୍ରର ନାମ ଥିଲା ପ୍ରିୟା । ତେବେ ସେତେବେଳର ପ୍ରିୟଙ୍କା ଓ ଏବେର ପ୍ରିୟଙ୍କା ମଧ୍ୟରେ ଅନେକ ପର୍ବର୍ତ୍ତନ ରହିଛି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ମଜିଥ ଦେଇଥିଲେ । ଏହା ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା  । ଅପରପକ୍ଷରେ ଫିଲ୍ମର ନିର୍ମାତା ଜି ଭେଙ୍କଟେଶ୍ୱରନ୍ ଥିଲେ । ସିଏ ମଧ୍ୟ ପ୍ରଥମ ଥର ପାଇଁ ଏକ ଫିଲ୍ମ ନିର୍ମାଣ କରିଥିଲେ ।

Latest Posts

Don't Miss