Adelaide Test: ୧୯୧ ରନ୍‌ରେ ସୀମିତ ଅଷ୍ଟ୍ରେଲିଆ, ପୁଣି ନିରାଶ କଲେ ପୃଥ୍ୱୀ ଶ’

ଆଡିଲେଟ୍‌ : ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦିବସରେ କମାଲ କରିଛନ୍ତି ଭାରତୀୟ ବୋଲର । ଦଳର ସିନିୟର ଅଫ୍ ସ୍ପିନର୍ ରବିଚନ୍ଦନ ଅଶ୍ୱିନ୍ ବିଦେଶ ମାଟିରେ ନିଜ କ୍ୟାରିୟର ଅନ୍ୟଏକ ସ୍ମରଣୀୟ ପ୍ରଦର୍ଶନ କରିଛନ୍ତି । ତାଙ୍କ ସହିତ ଉମେଶ ଯାଦବ ଓ ଯଶପ୍ରୀତ ବୁମ୍‌ରାଙ୍କ ଶାଣିତ ବୋଲିଂ ଫଳରେ ମାତ୍ର ୧୯୧ ରନ୍‌ରେ ସୀମିତ ରହିଛି ଅଷ୍ଟ୍ରେଲିଆ ଦଳ ।

ବୁମ୍‌ରା ଓ ଯାଦବ ଅଷ୍ଟ୍ରେଲିଆ ଦଳର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିବା ବେଳେ ଅଶ୍ୱିନଙ୍କ ଦମ୍‌ଦାର ବୋଲିଂ ଆୟୋଜକ ଦଳର ମଧ୍ୟକ୍ରମ ବ୍ୟାଟିଂକୁ ଦୋହଲାଇଦେଇଛି । ଅଷ୍ଟ୍ରେଲିଆର ଓ୍ୱିକେଟ୍ କିପର ଟିମ୍ ପେନ୍ କେବଳ ୭୩ ରନ୍ କରି ଅପରାଜେୟ ରହିଛନ୍ତି । ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିବସରେ ଅଷ୍ଟ୍ରେଲିଆ ଅଲ୍‌ଆଉଟ୍ ହୋଇଯାଇଥିବା ବେଳେ ଭାରତୀୟ ଓପନର ପୃଥ୍ୱି ଶ’ ପୁଣି ଥରେ ନିରାଶ କରିଛନ୍ତି । ମାତ୍ର ୪ ରନ୍ କରି ପେଭିଲିୟନ୍ ଫେରିଯାଇଛନ୍ତି । ଏଥିସହିତ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତୀୟ ଗୋଟିଏ ଓ୍ୱିକେଟ୍ ହରାଇ ୯ ରନ୍ କରିଛି । ଏଥିସହିତ ଦଳ ଖେଳ ଶେଷ ସୁଦ୍ଧା ୬୨ ରନର ଅଗ୍ରଣୀ ହାସଲ କରିଛି ।  ଭାରତ ପକ୍ଷରୁ ରବିଚନ୍ଦନ୍ ଅଶ୍ୱିନ୍ ୪, ଉମେଶ ଯାଦବ ୩, ବୁମରା ୨ଟି ଓ୍ୱିକେଟ୍ ନେବାରେ ସଫଳ ହୋଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ସୋସିଆଲ୍ ମିଡିଆରେ କାହିଁକି ଟ୍ରେଣ୍ଡ୍ କରୁଛନ୍ତି ପୃଥ୍ୱୀ ଶ’, ଜାଣନ୍ତୁ…

 

Leave a Reply