ଆଜି ସରକାରୀ ଓ ବେସରକାରୀ କଲେଜ ଅଧ୍ୟକ୍ଷମାନଙ୍କ କର୍ମଶାଳା

1 min read

ଭୁବନେଶ୍ବର: ଆଜି ଲୋକସେବା କନଭେନସନରେ ସମସ୍ତ ସରକାରୀ ଓ ବେସରକାରୀ କଲେଜ ଅଧ୍ୟକ୍ଷମାନଙ୍କ କର୍ମଶାଳା ବସିବ । ଏଥିରେ ଉଚ୍ଚଶିକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯିବ । କର୍ମଶାଳା ଜରିଆରେ କଲେଜର ସମସ୍ୟା ଉପରେ ଆଲୋଚନା ହେବା ସହ ଡିଗ୍ରୀ କଲେଜ ଗୁଡ଼ିକରେ ରାଜ୍ୟ ସରକାରଙ୍କ ଯୋଜନାର କାର୍ଯ୍ୟକାରିତା ନେଇ ମନିଟରିଂ କରାଯିବ ।

ପାଖାପାଖି ୩୦୦ ସରକାରୀ ଓ ବେସରକାରୀ ଡିଗ୍ରୀ କଲେଜର ଅଧ୍ୟକ୍ଷ କର୍ମଶାଳାରେ ଯୋଗଦେବେ । କାର୍ଯ୍ୟକ୍ରମରେ ଶିକ୍ଷା ବ୍ୟବସ୍ଥାକୁ ନେଇ ଉଠିଥିବା ସମସ୍ୟାର ସମାଧାନ ଦିଗରେ ବାଟ ବାହାର କରାଯିବ । ଉଚ୍ଚଶିକ୍ଷା ପାଇଁ 5T ରୂପାନ୍ତର ପରି ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପର କାର୍ଯ୍ୟକାରିତା ଉପରେ ବି ସମୀକ୍ଷା କରାଯିବ । କଲେଜକୁ ନିୟମାନୁଯାୟୀ ସମୟ ଦେଇ ରିସର୍ଚ୍ଚ ଅନୁକୁଳ ବାତାବରଣ ସୃଷ୍ଟି କରିବା ନେଇ ବି କର୍ମଶାଳାରେ ବିସ୍ତୃତ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇ ପାରିବ ।

ରାଜ୍ୟ ସରକାର ଶିକ୍ଷାରେ କୌଣସି ବ୍ୟତିକ୍ରମକୁ ବରଦାସ୍ତ କରିବା ମୁଡରେ ନାହାନ୍ତି । ବହୁ ଦିନ ବ୍ୟବଧାନ ପରେ ଅଧ୍ୟକ୍ଷ କର୍ମଶାଳା ହେଉଥିବାରୁ ଅଧ୍ୟକ୍ଷମାନେ ସ୍ବାଗତ କରିଛନ୍ତି  ।