ଆଜି ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
1 min readନୂଆଦିଲ୍ଲୀ: ଆଜି ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ ସରିବାକୁ ଆଉ ୫ ଦିନ ବାକି ରହିଛି। ଏଭଳି ସ୍ଥିତିରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି ପ୍ରଧାନମନ୍ତ୍ରୀ । କରୋନା ମୁକାବିଲା ନେଇ କରିବେ ସମ୍ବୋଧନ । ମେ ୧୭ରେ ତୃତୀୟ ପର୍ଯ୍ୟାୟ ଲକଡାଉନ ସରୁଛି । ସମ୍ବୋଧନ କରିବା ନେଇ ପିଏମଓ ଦ୍ୱାରା ଟ୍ୱିଟ କରି ସୂଚନା ଦିଆଯାଇଛି ।
Shri @narendramodi will be addressing the nation at 8 PM this evening.
— PMO India (@PMOIndia) May 12, 2020
ସୂତ୍ରରୁ ଜଣାପଡିଛି ଯେ, ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିପାରନ୍ତି । ଏହି ପର୍ଯ୍ୟାୟରେ ଲୋକମାନଙ୍କ ପାଇଁ ଅଧିକ ରିହାତି ରହିବ । ଏଥିସହ ପିଏମ ମୋଦୀ ଶ୍ରମିକଙ୍କ ସ୍ଥାନାନ୍ତରଣ ଏବଂ ଲକଡାଉନ୍ ଏଗଜିଟ ପ୍ଲାନ ଉପରେ ମଧ୍ୟ ଆଲୋଚନା କରିପାରନ୍ତି । ଏହା ବ୍ୟତୀତ ସାମାଜିକ ଦୂରତା ପାଇଁ ଲୋକଙ୍କୁ ମଧ୍ୟ ନିବେଦନ କରିବେ ।
ଲକଡାଉନ୍ କ’ଣ ଜୋନ୍ ହିସାବରେ ଉଠିବ ? ଆଜି ଦୁଇଟି ପର୍ଯ୍ୟାୟରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ
ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ହୋଇଥିଲା
ଲକଡାଉନ୍ ର ତୃତୀୟ ପର୍ଯ୍ୟାୟ ୧୭ ତାରିଖରେ ସମାପ୍ତ ହେଉଛି । ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ କରୋନା ଏବଂ ଲକଡାଉନ୍ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ସମୟ ମଧ୍ୟରେ ଅନେକ ମୁଖ୍ୟମନ୍ତ୍ରୀ ଲକଡାଉନ ଜାରି ରଖିବାକୁ ପରାମର୍ଶ ଦେଇଥିଲେ।