ଲକଡାଉନ୍ କ’ଣ ଜୋନ୍ ହିସାବରେ ଉଠିବ ? ଆଜି ଦୁଇଟି ପର୍ଯ୍ୟାୟରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ଭାଇରସ୍ ପାଇଁ ସାରା ଦେଶରେ ଲକଡାଉନ ୫୦ଦିନ ପୂର୍ଣ୍ଣ କରିବାକୁ ଯାଉଛି । ଲକଡାଉନର ତୃତୀୟ ପର୍ଯ୍ୟାୟ ମେ ୩ରୁ ଆରମ୍ଭ ହୋଇ ମେ ୧୭ରେ ସରିବାକୁ ଯାଉଛି । କିନ୍ତୁ ତା ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡ଼ିଓ କନଫରେନ୍ସିଂ ଜରିଆରେ କଥା ହେବାକୁ ଯାଉଛନ୍ତି । କରୋନ ସଙ୍କଟ ମଧ୍ୟରେ ଏହି ଆଲୋଚନ ପଞ୍ଚମ ଥର ପାଇଁ ହେବାକୁ ଯାଉଛି, ଯେଉଁଥିରେ କରୋନା ସ୍ଥିତି ଏବଂ ଆଗକୁ କଣ ରଣନୀତି ପ୍ରସ୍ତୁତ ହେବ ସେ ନେଇ ଆଲୋଚନା କରାଯିବ ।

ଲକଡାଉନକୁ ନେଇ ପ୍ରଧାନମନ୍ତ୍ରୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରିବେ ଆଲୋଚନା

ପ୍ରଧାନମନ୍ତ୍ରୀ ଆଜି ଦିନ ୩ଟା ସମୟରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ପଞ୍ଚମ ଥର ପାଇଁ ଏହି ଆଲୋଚନା ଭିଡ଼ିଓ କନଫରେନ୍ସ ଜରିଆରେ ହେବାକୁ ଯାଉଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ କେନ୍ଦ୍ରୀୟ ଗୃହମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ସାମିଲ ହେବେ ।

ପୂର୍ବ ଆଲୋଚନାଠାରୁ ଏହା ଭିନ୍ନ ହେବ, ଏଥିରେ ରହିପାରେ ଦୁଇଟି ପର୍ଯ୍ୟାୟ

ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀମାନଙ୍କ ସହ ହେବାକୁ ଥିହା ଏହି ଆଲୋଚନା ପୂର୍ବ ଆଲୋଚନାଠାରୁ ଭିନ୍ନ ହେବ । ଏଥର ଦୁଇଟି ଅଧିବେଶନ ହେବ । ପୂର୍ବ ବୈଠକରେ ସମୟ ଅଭାବରୁ ମାତ୍ର ୧୦ରୁ ୧୧ ମୁଖ୍ୟମନ୍ତ୍ରୀ ହିଁ ନିଜର ମତ ରଖିପାରୁଥିଲେ । ତେଣୁ ଆଜିର ଏହି ବୈଠକ ଦିନ ୩ଟାରେ ଆରମ୍ଭ ହୋଇ ସାଢେ ୫ଟା ପର୍ଯ୍ୟନ୍ତ ଚାଲିବ ।

ବୈଠକ ମଧ୍ୟରେ ମାତ୍ର ୩ମିନିଟର ବିରତି ହେବ, ଯାହା ପରେ ପୁଣି  ଆଲୋଚନା ଶେଷ ପର୍ଯ୍ୟନ୍ତ  ବୈଠକ ଚାଲିବ । କୁହାଯାଉଛି ଯେ, ଏହି ଚର୍ଚ୍ଚା ପାଇଁ ପାଖାପାଖି ୬ଘଣ୍ଟାର ସମୟ ନିର୍ଦ୍ଧାରିତ କରାଯାଇଛି ।  ଏବଂ ଏହି ବୈଠକରେ ସବୁ ମୁଖ୍ୟମନ୍ତ୍ରୀ ନିଜନିଜର ମତାମତ ରଖିବା ପରେ ପ୍ରଧାନମନ୍ତ୍ରୀ ନିଜର ମତ ରଖିବେ ।

ଲକଡାଉନ୍ ୪.୦ ନା ଆସିବ ଏଜିଟ୍ ପ୍ଲାନ୍ !

ଆଜି ହେବାକୁ ଥିବା ଏହି ବୈଠକରେ ସମସ୍ତଙ୍କ ନଜର ଏହାପରେ ହିଁ ରହିବ ଯେ, ମେ ୧୭ ପରେ କଣ ହେବ । ଦେଶରେ କଣ ଲକଡାଉନ୍ ୪.୦ ଲାଗୁ କରାଯିବ ନା ପୁଣି ବିଭିନ୍ନ ପ୍ରସ୍ତାବକୁ ନଜରରେ ରଖି ଲକଡାଉନକୁ ମେ ୧୭ରେ ହିଁ ସାରିବା ପାଇଁ ଯୋଜନା କରାଯିବ । ଏବେ ବି କେତକ ଜିଲ୍ଲା ଗୁଡିକୁ ଜୋନ୍ ଦ୍ୱାରା ବିଭକ୍ତି କରଣ କରାଯାଇଛି । ତେଣୁ ଲକଡାଉନ କ’ଣ ଜୋନ୍ ହିସାବରେ କରାଯିବ । ଏମିତି ବହୁତ ସାରା ପ୍ରଶ୍ନ ଅଛି ଯାହାସବୁ ଏହି ବୈଠକରେ ନିଆଯିବାକୁ ଥିବା ନିଷ୍ପତ୍ତି ଉପରେ ନିର୍ଭର କରେ ।

ଆପଣଙ୍କୁ କହି ରଖୁଛୁ ଯେ, ଗତ କିଛି ଦିନ ହେବ କଂଗ୍ରେସ ବିଭିନ୍ନ ଦାବି କରିଆସିଛି ଯେଉଁଥିରେ ଅନୁରୋଧ ମଧ୍ୟ କରାଯାଇଛି ଯେ,  ପ୍ରଧାନମନ୍ତ୍ରୀ ଦେଶ ସାମ୍ନାରେ ମେ ୧୭ ପରର ଯୋଜନା ରଖିବା ଦରକାର । କଣ ଲକଡାଉନ୍ ରହିବ ନା ଦେଶକୁ  ଲକଡାଉନ୍ ମୁକ୍ତ କରାଯିବ ସେ ନେଇ ଶୀଘ୍ର ଅବଗତ କରାଇବା ଜରୁରୀ ।

Leave a Reply