ବିତର୍କ କର, ବିରୋଧ ନୁହଁ: ପ୍ରଧାନମନ୍ତ୍ରୀ ମୋଦି
2 min readନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାନ୍ତି ଅପିଲ୍ । ପୋଡ଼ାଜଳା, ଭଙ୍ଗାରୁଜା ବନ୍ଦ କରିବାକୁ ଟ୍ୱିଟ୍ କରି ନିବେଦନ କଲେ ମୋଦି । ନାଗରିକତା ସଂଶୋଧନ ଆଇନକୁ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନକୁ ପ୍ରଧାନମନ୍ତ୍ରୀ ଦୁର୍ଭାଗ୍ୟପୂର୍ଣ୍ଣ ଓ ଦୁଃଖଦ କହିଛନ୍ତି । ହିଂସାକୁ ଉସୁକାଉଥିବା ଲୋକଙ୍କ ଠାରୁ ସାବଧାନ ରହିବା ସହ ଆଇନ୍ ଭାଇଚାରାର ନିର୍ଦ୍ଦଶନ ବଲି ମୋଦି କହିଛନ୍ତି ।
Violent protests on the Citizenship Amendment Act are unfortunate and deeply distressing.
Debate, discussion and dissent are essential parts of democracy but, never has damage to public property and disturbance of normal life been a part of our ethos.
— Narendra Modi (@narendramodi) December 16, 2019
ବିତର୍କ, ଚର୍ଚ୍ଚା ଓ ଅସହମତି ଗଣତନ୍ତ୍ରର ଅଭିନ୍ନ ଅଙ୍ଗ । କିନ୍ତୁ ସର୍ବସାଧାରଣ ସମ୍ପତ୍ତି ନଷ୍ଟ ଓ ସାଧାରଣ ଜନଜୀବନକୁ କ୍ଷତି ପହଞ୍ଚାଇବା ଆମ ସ୍ୱଭାବ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ଆଇନ୍ ଶତାବ୍ଦୀ ପୁରୁଣା ଶାନ୍ତି, ଭାଇଚାରା ଓ କରୁଣାର ନିର୍ଦ୍ଦଶନ ।
The Citizenship Amendment Act, 2019 was passed by both Houses of Parliament with overwhelming support. Large number of political parties and MPs supported its passage. This Act illustrates India’s centuries old culture of acceptance, harmony, compassion and brotherhood.
— Narendra Modi (@narendramodi) December 16, 2019
ସଂଶୋଧିତ ନାଗରିକତା ଆଇନ୍ କୌଣସି ଭାରତୀୟଙ୍କ ଲାଗି କ୍ଷତି ପହଞ୍ଚାଇବ ନାହିଁ । କୌଣସି ଭାରତୀୟ ଏଥିଯୋଗୁଁ ଭୟଭୀତ ହେବା ଉଚିତ୍ ନୁହେଁ । ଯେଉଁମାନେ ଅନ୍ୟ କୌଣସି ରାସ୍ତା ନପାଇ ଭାରତ ଚାଲି ଆସୁଛନ୍ତି ଏହି ଆଇନ୍ ସେହି ମାନଙ୍କ ଲାଗି ବୋଲି ମୋଦି କହିଛନ୍ତି ।
This is the time to maintain peace, unity and brotherhood. It is my appeal to everyone to stay away from any sort of rumour mongering and falsehoods.
— Narendra Modi (@narendramodi) December 16, 2019