ରାଷ୍ଟ୍ରପତିଙ୍କ ଉଦ୍‌ବୋଧନରୁ ଆରମ୍ଭ ହେଲା ସଂସଦର ବଜେଟ୍‌ ଅଧିବେଶନ

1 min read

ନୂଆଦିଲ୍ଲୀ: ସଂସଦର ବଜେଟ୍‌ ଅଧିବେଶନ ଆରମ୍ଭ ହୋଇଛି । ପାର୍ଲାମେଣ୍ଟର କେନ୍ଦ୍ରୀୟ ହଲ୍‌ରେ ରାଜ୍ୟସଭା ଓ ଲୋକସଭାର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉଦ୍‌ବୋଧନରୁ ଆରମ୍ଭ ହୋଇଛି ବଜେଟ୍‌ ଅଧିବେଶନ । ରାଷ୍ଟ୍ରପତି କହିଛନ୍ତି, ସବ୍‌କା ସାଥ୍‌ ସବ୍‌କା ବିକାଶ ସରକାରଙ୍କ ଲକ୍ଷ୍ୟ । ସମସ୍ତଙ୍କୁ ସାଙ୍ଗରେ ନେଇ ନୂଆ ଭାରତ ଗଠନ କରିବା ସରକାରଙ୍କ ଲକ୍ଷ । ବିରୋଧ ନାଁରେ ହିଂସା ଦେଶ ଓ ସମାଜକୁ ଦୁର୍ବଳ କରେ । ଏହା ମଧ୍ୟରେ ବହୁ ଐତିହାସିକ ଆଇନ ଆସିଛି ।

ସୁପ୍ରିମ୍‌କୋର୍ଟଙ୍କ ରାମ ମନ୍ଦିର ନିଷ୍ପତ୍ତିରେ ଦେଶବାସୀ ପରିପକ୍ୱତା ଦେଖାଇଛନ୍ତି । ସେହିପରି ଧାରା ୩୭୦ ଉଚ୍ଛେଦ ସରକାରଙ୍କ ଐତିହାସିକ ସଫଳତା । ଜମ୍ମୁ କଶ୍ମୀର ଓ ଲଦାଖର ବିକାଶକୁ ସରକାର ପ୍ରାଥମିକତା ଦେଉଛନ୍ତି । ଜମ୍ମୁ କଶ୍ମୀର ଓ ଲଦାଖବାସୀ ସବୁ ଯୋଜନାରୁ ଲାଭ ପାଉଛନ୍ତି । ସଂଖ୍ୟାଲଘୁଙ୍କ ବିକାଶ ପାଇଁ ସରକାର ସଂକଳ୍ପବଦ୍ଧ । ଆଇନରେ ସବୁ ଶରଣାର୍ଥୀଙ୍କ ପାଇଁ ବିଶେଷ ଦୃଷ୍ଟି ଦିଆଯାଇଛି । CAA ଆଣି ବାପୁଙ୍କ ସ୍ୱପ୍ନ ପୂରଣ କରାଯାଇଛି । କୃଷକଙ୍କ ଆୟ ଦୁଇଗୁଣ କରିବାକୁ କରାଯାଇଛି ନୂଆ ଯୋଜନା । କୃଷକଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଯାଉଛି । ଗ୍ରାମାଞ୍ଚଳର ବିକାଶକୁ ସରକାରଙ୍କ ପ୍ରାଥମିକତା ଦେଉଛନ୍ତି ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ।

Leave a Reply