ପଦ୍ମଶ୍ରୀ ସମ୍ମାନରେ ଆଭୂଷିତ ହେଲେ ବାବା ବଳିଆ, କଣ୍ଠଶିଳ୍ପୀ ଶ୍ୟାମାମଣି ଦେବୀ

ଭୁବନେଶ୍ୱର: ରାଇସିନା ହଲରେ ଦେଶର ପ୍ରତିଭାଙ୍କ ପରକାଷ୍ଠାକୁ ସମ୍ମାନ । ଓଡ଼ିଆଙ୍କ ନମସ୍ୟ ପ୍ରତିଭାଙ୍କୁ ମିଳିଲା ପଦ୍ମସମ୍ମାନ । ଶାସ୍ତ୍ରୀୟ କଣ୍ଠଶିଳ୍ପୀ ଶ୍ୟାମାମଣି ଦେବୀ ଓ ଶ୍ରୀମଦ୍ ବାବା ବଳିଆଙ୍କୁ ମିଳିଛି ସମ୍ମାନଜନକ ପଦ୍ମଶ୍ରୀ ସମ୍ମାନ । ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଏହି ବିଶିଷ୍ଟ ପ୍ରତିଭାଙ୍କୁ ପଦ୍ମଶ୍ରୀ ସମ୍ମାନରେ ବିଭୂଷିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବାଲ୍ୟକାଳରୁ ଶାସ୍ତ୍ରୀୟ ସଂଗୀତ ପ୍ରତି ରୂଚି ରଖିଥିବା ଶ୍ୟାମାମଣି ଦେବୀ ବାଙ୍କୀ ସୁବର୍ଣ୍ଣପୁରରେ ୧୯୩୮ ମସିହାରେ ଜନ୍ମଗ୍ରହଣ କରିଥିଲେ ।

ବାଲ୍ୟକାଳରୁ ସଙ୍ଗୀତ ପ୍ରତି ରହିଥିଲା ତାଙ୍କର ଅହେତୁକ ଦୁର୍ବଳତା  ।  ସଂଗ୍ରାମ କରି ସେ ଜୀବନକୁ ଅଧିକ ସାରସ୍ୱତ କରିବା ସହ ଅଦମ୍ୟ ପ୍ରତିଭାର ପରାକାଷ୍ଠା ପ୍ରଦର୍ଶନ କରିଥିଲେ । ସେହିପରି ସମାଜସେବାକୁ ନିଜର ବ୍ରତ କରିଛନ୍ତି ଶ୍ରୀମଦ୍ ବାବା ବଳିଆ  । ଆଧ୍ୟାତ୍ମିକ ଚେତନା ସାଙ୍ଗକୁ ସମାଜର ହିତରେ ନିଜକୁ ନିୟୋଜିତ କରିଥିବା ବାବ ବଳିଆଙ୍କୁ ବି ମିଳିଛି ପଦ୍ମଶ୍ରୀ । ୧୯୫୪ ଅପ୍ରେଲ ୮ରେ ତିର୍ତ୍ତୋଲ ଅରିଲୋରେ ଜନ୍ମିତ ବାବା ବଳିଆ ଜାତୀୟ ସ୍ତରରେ ସାଉଁଟିଛନ୍ତି ଅନେକ ପ୍ରଶଂସା ।