ବାୟୁସେନା ଇତିହାସରେ ଯୋଡିହେଲା ନୂତନ ଫର୍ଦ୍ଦ, ସୁଖୋଇ ଫାଇଟର ଏୟାରକ୍ରାଫ୍ଟରେ ଉଡିଲେ ରାଷ୍ଟ୍ରପତି
1 min read
ତେଜପୁର: ସୁଖୋଇରେ ଉଡ଼ିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସାମ ଗସ୍ତରେ ଯାଇଥିବା ରାଷ୍ଟ୍ରପତି ସ୍ଥାନୀୟ ତେଜପୁର ଏୟାରବେସରୁ ସୁଖୋଇ ୩୦-MKI ଫାଇଟର ଏୟାରକ୍ରାଫ୍ଟରେ ଉଡ଼ିଛନ୍ତି ମହାମହିମ । ବିଶ୍ବର ଅନ୍ୟତମ ଶକ୍ତିଶାଳୀ ଯୁଦ୍ଧବିମାନ ସୁଖୋଇରେ ଚଢ଼ିବା କ୍ଷେତ୍ରରେ ଦ୍ରୌପଦୀ ହେଉଛନ୍ତି ଦେଶର ଦ୍ବିତୀୟ ମହିଳା ରାଷ୍ଟ୍ରପତି । ପୂର୍ବରୁ ୨୦୦୯ରେ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ ପୁଣେ ଏୟାରଫୋର୍ସ ବେସରୁ ସୁଖୋଇରେ ଚଢ଼ିଥିଲେ । ରାଷ୍ଟ୍ରପତିଙ୍କ ଗସ୍ତ ଲାଗି ତେଜପୁରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
ଗତକାଲି ରାଷ୍ଟ୍ରପତି କାଜିରଙ୍ଗା ନ୍ୟାସନାଲ ପାର୍କରେ ଆୟୋଜିତ ଗଜ ଉତ୍ସବରେ ଯୋଗଦେଇଥିଲେ । ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ଲାଗି ଗତ ୬ ତାରିଖରୁ ଆସାମ ଗସ୍ତରେ ଅଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତି ସୁଖୋଇରେ ଉଡିବା ନେଇ ପୂର୍ବରୁ ସୂଚନା ଦେଇଥିଲେ ପ୍ରତିରକ୍ଷା ବିଭାଗ ପିଆରଓ କର୍ଣ୍ଣେଲ ମହେନ୍ଦ୍ର ରାଓ୍ବତ ।