ରାଷ୍ଟ୍ରପତି ଭବନରେ ଓଡ଼ିଆ ବନ୍ଧୁ ବୀରଭଦ୍ର ସିଂହ

ନୂଆଦିଲ୍ଲୀ: ପୁରୁଣାବନ୍ଧୁଙ୍କୁ ଦେଇଥିବା କଥା ରଖିଲେ ରାଷ୍ଟ୍ରପତି । ଅନେକ ଦିନର ବନ୍ଧୁ ଓଡିଶାର ପୂର୍ବତନ ରାଜ୍ୟସଭା ସଦସ୍ୟ ବୀରଭଦ୍ର ସିଂହଙ୍କୁ ଭେଟିଲେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ । ରାଷ୍ଟ୍ରପତି ଭବନରେ ପରିବାର ସହ ରାତ୍ରୀଭୋଜନ କରିବା ପରେ ଆୟୋଜିତ ହୋଇଥିବା ସ୍ୱତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମକୁ ମଧ୍ୟ ଉପଭୋଗ କରିଥିଲେ ଦୁଇ ବନ୍ଧୁ ।

୨୦୧୯, ଡିସେମ୍ବର ୮ ତାରିଖରେ ଭୁବନେଶ୍ୱର ଗସ୍ତ ସମୟରେ ପୁରୁଣା ବନ୍ଧୁ ବୀରଭଦ୍ର ସିଂହଙ୍କୁ ଦିଲ୍ଲୀ ଆସିବାକୁ ନିମନ୍ତ୍ରଣ ଦେଇଥିଲେ ରାଷ୍ଟ୍ରପତି । ନିମନ୍ତ୍ରଣ ରକ୍ଷା କରି ବୀରଭଦ୍ର ସିଂହ ସପରିବାର ଦିଲ୍ଲୀ ଯିବାସହ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଥିଲେ ।

Leave a Reply