ନାସା ଉଠାଇଛି ଗାଲାକ୍ସିର ରଙ୍ଗୀନ ଚିତ୍ର; ବାଇଡେନ୍ ଉନ୍ମୋଚନ କଲେ ଫଟୋ

1 min read

ଓ୍ୱାସିଂଟନ: ଚକ୍ ଚକ୍ ଦିଶୁଛି ବ୍ରହ୍ମାଣ୍ଡ । ନାସା ଉଠାଇଛି ବ୍ରହ୍ମାଣ୍ଡର ଚମକୁଥିବା ଚିତ୍ର । ନାସାର ଜେମ୍ସ ଓ୍ୱେବ୍ ସ୍ପେସ ଟେଲିସ୍କୋପରେ କଏଦ ହୋଇଛି ଗାଲାକ୍ସିର ରଙ୍ଗୀନ ଚିତ୍ର । ନ୍ୟାସନାଲ ଏରୋନେଟିକ୍ସ ଆଣ୍ଡ ସ୍ପେସ ଆଡମିନିଷ୍ଟ୍ରେସନର ନୂଆ ସ୍ପେସ ଟେଲିସ୍କୋପରେ ଉଠାଯାଇଥିବା ଏହି ଫଟୋକୁ ରିଲିଜ କରାଯାଇଛି । ହ୍ୱାଇଟ୍ ହାଉସଠାରେ ଲଗାଯାଇଥିବା ଏକ ପ୍ରିଭ୍ୟୁ ଇଭେଣ୍ଟରେ ରାଷ୍ଟ୍ରପତି ଜୋ ବିଡେନ ଏହି ହାଇ ରିଜୋଲ୍ୟୁସନ ଫଟୋ ଜାରି କରିଛନ୍ତି ।

ୱେବ ସ୍ପେସ୍ ଟେଲିସ୍କୋପର ପ୍ରଥମ ଚିତ୍ର ବିଜ୍ଞାନ ଓ ପ୍ରଯୁକ୍ତି, ଜ୍ୟୋତିର୍ବିଜ୍ଞାନ ଓ ମହାକାଶ ଅନୁସନ୍ଧାନ ପାଇଁ ଏକ ଐତିହାସିକ ମୂହୂର୍ତ୍ତ ବୋଲି ବିଡେନ କହିଛନ୍ତି। ଏହି ଫଟୋରେ ବ୍ରହ୍ମାଣ୍ଡର ସବୁଠାରୁ ସ୍ପଷ୍ଟ ଦୃଶ୍ୟ ଦେଖିବାକୁ ମିଳିଛି । ଜୁଲାଇ ୧୨ ତାରିଖରେ ଅବଶିଷ୍ଟ ହାଇ ରିଜୋଲ୍ୟୁସନ ରଙ୍ଗୀନ ଫଟୋ ଜାରି କରାଯିବ ବୋଲି ସୂଚନା ଦିଆଯାଇଛି ।

ବାଇଡେନ ଜାରି କରିଥିବା ପ୍ରଥମ ପ୍ରତିଛବିରେ ବ୍ରହ୍ମାଣ୍ଡର ସବୁଠୁ ଅଧିକ ଗହୀର ଦୃଶ୍ୟ ଦେଖାଯାଇଛି, ଯାହାକି ପୂର୍ବରୁ କେବେ ଦୃଶ୍ୟମାନ ହୋଇ ନ ଥିଲା। ନେଲସନ ଏକ ବିବୃତିରେ କହିଛନ୍ତି ଯେ ଏହା ବ୍ରହ୍ମାଣ୍ଡର ସବୁଠୁ ଅଧିକ ଗଭୀରତମ ଚିତ୍ର। ବାକି ହାଇ-ରିଜୋଲ୍ୟୁସନ୍ ରଙ୍ଗୀନ ଚିତ୍ରଗୁଡ଼ିକ ଆସନ୍ତା ୧୨ରେ ପ୍ରକାଶ ପାଇବ। ଯାହା ନାସାର ୱେବସାଇଟ୍ ପରିଦର୍ଶନ କରି ମଧ୍ୟ ଦେଖିହେବ।

ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍ ମଧ୍ୟ ନାସାର ଏହି ସଫଳତାରେ ଖୁବ୍‌ ଖୁସି ବ୍ୟକ୍ତ କରିଛନ୍ତି। ଏହା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ରୋମାଞ୍ଚକର ମୁହୂର୍ତ୍ତ। ଆଜି ବ୍ରହ୍ମାଣ୍ଡରେ ଏକ ରୋମାଞ୍ଚକର ନୂତନ ଅଧ୍ୟାୟ ସୃଷ୍ଟି ହେଲା ବୋଲି କହିଛନ୍ତି ଉପ ରାଷ୍ଟ୍ରପତି ହାରିସ୍‌।

ଏଥିସହିତ ପଢ଼ନ୍ତୁ: ଏଣିକି ଆଉ ଚାଲିବନି ତିନି ଯୋଡ଼ା ଏକ୍ସପ୍ରେସ ଟ୍ରେନ୍