spot_img

Latest Posts

ଆଜି ସଂସଦର ମିଳିତ ଅଧିବେଶନ, ଉଦବୋଧନ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ:  ଆଜି ସଂସଦର ମିଳିତ ଅଧିବେଶନରେ ଉଦବୋଧନ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା ୨୮ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ହେବ ଆଲୋଚନା। ଜୁଲାଇ ୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ ଦେବେ ଉଦବୋଧନ। ଚଳିତ ଅଧିବେଶନରେ ଜିରୋ ଆୱାର ଓ ପ୍ରଶ୍ନକାଳ ରଖାଯାଇନାହିଁ। ନବନିର୍ବାଚିତ ସାଂସଦମାନଙ୍କ ଶପଥ ଗ୍ରହଣ ପ୍ରକ୍ରିୟା ଶେଷ ହୋଇଛି। ନୂଆ ସଂସଦ ଭବନରେ ଆରମ୍ଭ ହୋଇଥିବା ଏହି ଅଧିବେଶନରେ କିନ୍ତୁ ସୃଷ୍ଟି ହେବ ହଟ୍ଟଗୋଳ। ନିଟ-ୟୁଜି ପ୍ରଶ୍ନପତ୍ର ଲିକ୍ ଘଟଣାରେ ସାରା ଦେଶରେ ତୁମ୍ବିତୋଫାନ ଜାରି ରହିଥିବାବେଳେ ସଂସଦରେ ଏହାର ପ୍ରଭାବ ପଡିବା ଆଶଙ୍କା କରାଯାଉଛି।

ପ୍ରଶ୍ନପତ୍ର ଲିକ, ଏମଏସପି ଆଦି ପ୍ରସଙ୍ଗରେ କେନ୍ଦ୍ରକୁ ଜୋରଦାର ଟାର୍ଗେଟ କରିପାରନ୍ତି ବିରୋଧୀ। ଲୋକସଭା ବାଚସ୍ପତି ଭାବେ ଓମ ବିର୍ଲା ନିର୍ବାଚିତ ହୋଇଥିବାବେଳେ ଉପବାଚସ୍ପତି ପଦବୀ ଲାଗି ପ୍ରକ୍ରିୟା ଆରମ୍ଭ ହେବ। ବର୍ତ୍ତମାନ ଏନଡିଏରେ ୨୯୩ ସଦସ୍ଯ ଥିବାବେଳେ ଇଣ୍ଡିଆ ମେଣ୍ଟର ସଦସ୍ଯ ସଂଖ୍ଯା ରହିଛି ୨୩୪। କେବଳ ବିଜେପିର ୨୪୦ ସଦସ୍ଯ ଥିବାବେଳେ କେବଳ କଂଗ୍ରେସର ସଦସ୍ଯ ସଂଖ୍ଯା ରହିଛନ୍ତି ୯୯।

Latest Posts

Don't Miss