୨୦୪୭ ସୁଦ୍ଧା ସ୍ୱର୍ଣ୍ଣୀମ ଭାରତ ନିର୍ମାଣ ଲକ୍ଷ୍ୟ

ନୂଆଦିଲ୍ଲୀ: ସଂସଦରେ ଆରମ୍ଭ ହୋଇଛି ବଜେଟ ଅଧିବେଶନ  । ବଜେଟ ପୂର୍ବରୁ ସଂସଦଙ୍କୁ ସମ୍ଭୋଧିତ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  । ନିଜ ଅଭିଭାଷଣରେ ରାଷ୍ଟ୍ରପତି, ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଛନ୍ତି । ସେ କହିଛନ୍ତି ଯେ,   ଆଜି ଅଦ୍ଭୁତ ପୂର୍ବ ଭାବେ ଦେଶର ପ୍ରଗତି ହୋଇଛି  । ୩ଶହ ଯୋଜନାର ଲାଭ ନାଗରିକ ଉଠାଇ ପାରିଛନ୍ତି ।  । ଦେଶର କୋଟି କୋଟି ଗରିବ ଲୋକ ସରକାରଙ୍କ ଯୋଜନାର ସଫଳତମ ଲାଭ ପାଉଛନ୍ତି  । ସାରା ବିଶ୍ୱରେ ଏବେ  ଗରୀବ କଲ୍ଯାଣ କାର୍ଯ୍ୟରେ ଭାରତର ଭୂମିକା ପ୍ରଶଂସନୀୟ । ୨୦୪୭ ମସିହା ସୁଧା ଭାରତ ସ୍ୱର୍ଣୀମ ଯୁଗରେ ପ୍ରବେଶ କରିବ ।   ଆଜି ଆଧିୁନିକତା ସହ ପରମ୍ପରାକୁ ନେଇ ଚାଲୁଥିବା ସରକାର ଅଛି  । ସରକାରୀ କାର୍ଯ୍ୟରେ ଭ୍ରଷ୍ଟାଚାର ବନ୍ଦ କରିବାରେ ସଫଳ ହୋଇଛି  ।

ସରକାରଙ୍କ ଯେତେ ମଧ୍ୟ କାର୍ଯ୍ୟ ଅଛି  । ମହିଳା ସଶକ୍ତୀକରଣରେ ମୋ ସରକାର ଦ୍ରୁତ କାର୍ଯ୍ୟ କରୁଛି  । ବେଟି ବଚାଓ ବେଟି ପଢାଓର ସଫଳତା ଆଜି ଆମେ ଦେଖୁଛେ  । ଦେଶରେ ନିରନ୍ତର ନାରୀ ମାନଙ୍କ ପ୍ରଗତି ହେଉଛି । ମହିଳାଙ୍କ ସ୍ୱାସ୍ଥ୍ୟ ଆଗଠାରୁ ବର୍ତ୍ତମାନ ଢେର ଭଲ ରହିଛି  । ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ହେଉ କିମ୍ବା ସୁରକ୍ଷିତ ମାତୃ ବନ୍ଦନା  । ଆୟୁଷ୍ମାନ ଭାରତ ଯୋଜନାରେ ୫୦ ପ୍ରତିଶତ ଲାଭାର୍ଥୀ ମହିଳା  । ମୋ ସରକାର ଛାତ୍ରୀଙ୍କ ପଢିବା ଠାରୁ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖିଛନ୍ତି  । ସୁକନ୍ୟା ସମୃଦ୍ଧି ଯୋଜନାରେ କୋଟି କୋଟି ମହିଳାଙ୍କ ଖାତା  ବ୍ୟାଙ୍କରେ ଖୋଲିଛି  । ନୂଆ ଶିକ୍ଷା ନିତୀରେ ମଧ୍ୟ ଛାତ୍ରୀଙ୍କ ପ୍ରତି ଧ୍ୟାନ ଦିଆଯାଇଛି  ।

ଶିଳ୍ପ ଠାରୁ ସେନା ପର୍ଯ୍ୟନ୍ତ ସବୁଠି ମହିଳାଙ୍କୁ ଧ୍ୟାନ ଦିଆଯାଇଛି  । ସରକାର ମାତୃତ୍ୱ ଛୁଟିକୁ  ୨୬ ସପ୍ତାହ କରିଛନ୍ତି । ମୁଦ୍ରା ଯୋଜନାରେ ମହିଳାଙ୍କ ଭାଗୀଦାରୀ ବଢିଛି  । ଜନଧନ ଯୋଜନା ଠାରୁ ପ୍ରଧାନମନ୍ତ୍ରୀ  ଆବାସ ଯୋଜନାରେ ମିଳୁଥିବା ଘର ମହିଳାଙ୍କ ନାମରେ କରାଯାଉଛି  । ଯଦ୍ୱାରା ସେମାନଙ୍କ ସାହାସ ବୃଦ୍ଧି ଘଟୁଛି  । ଦେଶରେ ୮୦ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ କାମ କରୁଛନ୍ତି  । ଯେଉଁଥିରେ ୯ କୋଟି ମହିଳା ଯୋଡି ହୋଇ ରହିଛନ୍ତି  । ଆମର ବିକାଶ ଆକାଶ ଛୁଇଁବାକୁ ଯାଉଛି  । ଆଜି ଦେଶରେ ଅଯୋଧ୍ଯା ଧାମର ନିର୍ମାଣ ଚାଲୁଛି  । ସେପଟେ ଆଧୁନିକ ସଂସଦ ଭବନ ମଧ୍ୟ ନିର୍ମାଣ ଚାଲିଛି  । ଆମେ ପରମ୍ପରା ଏବଂ ବିକାଶ ସହିତ ଏକତ୍ର ଯାତ୍ରା କରୁଛେ  । ଗୋଟିଏ ପକ୍ଷରେ କେଦାରନାଥ ଓକାଶୀନାଥରେ ମହାକାଳ ଧାମର ବିକାଶ ଓ ଅନ୍ୟପଟେ ପ୍ରତି ଜିଲ୍ଲାରେ ମେଡିକାଲ କଲେଜ ନିର୍ମାଣ କରୁଛେ  ।

ତୀର୍ଥ ଏବଂ ଐତିହାସିକ ସ୍ଥାନର ବିକାଶ କରୁଛେ ଅନ୍ୟପଟେ ମହାକାଶ ଗବେଷଣାର ବ୍ୟବସ୍ଥା ମଧ୍ୟ ସୁଦୃଢ କରୁଛେ  । ୱାନ ରାସନ ୱାନ ନେସନ ଠାରୁ ଡିଜିଟାଲ ଇଣ୍ଡିଆ ପର୍ଯ୍ୟନ୍ତ ଆମର ଗତି  । ଭାରତ ଆଜି ପୂରାତନ ନିଦାନ ସହ ଡାକ୍ତରୀ ଶିକ୍ଷାକୁ ଗୁରୁତ୍ୱ ଦେଇଛି  । ପ୍ରାକୃତିକ ଶକ୍ତିକୁ ଗୁରୁତ୍ୱ ଦେବା ସହ ନାନୋ ୟୁରିଆକୁ ମଧ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି  । ସୋଲାର ଠାରୁ ଡ୍ରୋନ ପର୍ଯ୍ୟନ୍ତ ସରକାର କୃଷକ ପାଇଁ କାମ କରୁଛି  । ଆଜାଦୀ କି ଅମୃତ ମହୋତ୍ସବ କାଳରେ ମୋ ସରକାର ପ୍ରତିଟି ଦିଗକୁ ଧ୍ୟାନ ଆକର୍ଷଣ କରିଛନ୍ତି  । ଯୁବଙ୍କ ନେତୃତ୍ୱ ଆଜି ବିଶ୍ୱରେ ବିଦିତ  । ଇନେଭୋସନରେ ଆମେ ୮୧ ତମ ସ୍ଥାନରେ ଥିଲେ କିନ୍ତୁ ଆଜି ଆମର ସ୍ଥାନ ୪୦ରେ ପହଁଚିଛି  । ସେନାରେ ଯୁବଶକ୍ତିଙ୍କ କାର୍ଯ୍ୟ ବଢିଛି  ।

ଗରିବ ପରିବାରକୁ ମାଗଣା ପାଣି ଓ ବିଜୁଳି ମିଳୁଛି  । ଖେଲୋ ଇଣ୍ଡିଆ ସେକ୍ଟର ଠାରୁ ପ୍ରତିଭାଙ୍କୁ ଆକର୍ଷିତ କରିବା ଦିଗରେ କାର୍ଯ୍ୟ କରୁଛି ସରକାର  । ସୁଗମ ଭାରତ ଜରିଆରେ ଦିବ୍ୟାଙ୍ଗଙ୍କ ପାଇଁ ବିଭିନ୍ନ କାର୍ଯ୍ୟ କରୁଛନ୍ତି ସରକାର  । ଏକ ଆତ୍ମ ନିର୍ଭର ସମୃଦ୍ଧ ଭାରତ ନିର୍ମାଣ କରିବାର ଅଛି  । ଆଜି ପ୍ରତି ଭାରତୀୟଙ୍କ ପାଖରେ ଆତ୍ମବିଶ୍ୱାସ ବଢିଛି  । ସର୍ଜିକାଲ ଷ୍ଟ୍ରାଇକ ସହ ଆତଙ୍କୀକ କଠୋର ପ୍ରହାର ହୋଇଛି  । ପ୍ରତିଦିନ ଦେଶରେ ଦୁଇଟି କଲେଜ ନିର୍ମାଣ ହେଉଛି  । ପ୍ରତି ସପ୍ତାହରେ ଏକ ବିଶ୍ୱ ବିଦ୍ୟାଳୟ ନିର୍ମାଣ ହୋଉଛି  । ୨୦୧୪ରୁ ୨୦୨୨ ଭିତରେ ୨୬୦ରୁ ଅଧିକ ମେଡିକାଲ କଲେଜ ଖୋଲିଛି ସରକାର  । ଛାତ୍ରଙ୍କ ପାଇଁ ଗ୍ରାଜୁଏଟ ଏବଂ ପୋଷ୍ଟ ଗ୍ରାଜୁଏଟ ସଂଖ୍ୟା ଦେଶରେ ଏହେ ଦୁଇ ଗଣା  । ୨୦୧୪ ସୁଦ୍ଧା ଦେଶରେ ସମୁଦାୟ ୭୫୦ଟି ବିଶ୍ୱବିଦ୍ୟାଳୟ ରହିଥିଲା  । କିନ୍ତୁ କେବଳ ଏହି ଶେଷ  ୮ ବର୍ଷରେ ସରକାର ୩ଶହ ନୂଆ ବିଶ୍ୱବିଦ୍ୟାଳୟ ନିର୍ମାଣ କରିଛନ୍ତି  ।