ମାଡି ଆସୁଛି ବାତ୍ୟା `ଦାନା’, ଜିରୋ କାଜୁଆଲିଟି ଲକ୍ଷ୍ୟ ଉପରେ ଗୁରୁତ୍ବ

ଭୁବନେଶ୍ବର: ମାଡି ଆସୁଛି ବାତ୍ୟା `ଦାନା’ । ବିପର୍ଯ୍ୟୟ ମୁକାବିଲା ପାଇଁ ସଜାଗ ରାଜ୍ୟ ସରକାର । ବାତ୍ୟା ବେଳେ ଜିରୋ କାଜୁଆଲିଟି ଲକ୍ଷ୍ୟ ରଖିଛି ପ୍ରଶାସନ । ଏନେଇ ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି ଏନଡିଆରଏଫ୍ ଟିମ୍ । ପୁରୀରେ ଗୋଟିଏ ଏନଡିଆରଏଫ୍ ଟିମ୍ ମୁତୟନ ହୋଇଥିବା ବେଳେ ଜଗତସିଂହପୁରରେ ଦୁଇଟି ଏନଡିଆରଏଫ୍ ଟିମ୍ ମୁତୟନ ହୋଇଛନ୍ତି ।

ସେହିଭଳି ଭଦ୍ରକରେ ଦୁଇଟି ଟିମ୍ , କେନ୍ଦ୍ରାପଡାରେ ଦୁଇଟି , ବାଲେଶ୍ବରରେ ଦୁଇଟି, ମୟୂରଭଞ୍ଜରେ ଗୋଟିଏ ଟିମ୍ ଏନଡିଆରଏଫ୍ ମୁତୟନ ହୋଇଛନ୍ତି । ୬ ଜିଲ୍ଲାରେ ମୋଟ ୧୦ ଏନଡିଆରଏଫ୍ ଟିମ୍ ମୁତୟନ କରାଯାଇଛି । ୧୦ଟିମ୍ ସହ ୧୦ ଜଣ ଇନ୍ସପେକ୍ଟର ଓ ୨୦ ଜଣ ସବ୍ ଇନ୍ସପେକଟର ସାମିଲ ରହିବେ । ବାତ୍ୟା ବେଳେ ବିଭିନ୍ନ ସ୍ଥାନରେ ଏହି ସବୁ ଟିମ୍ ରେସକ୍ୟୁ ଅଭିଯାନ ଜାରି ରଖିବେ ।