ମହଙ୍ଗା ମାଡ ବିରୋଧରେ ଗର୍ଜିବ କଂଗ୍ରେସ, ପ୍ରସ୍ତୁତ ହେଲାଣି ରାମଲୀଲା ମୈଦାନ

ନୂଆଦିଲ୍ଲୀ: ବାଧିଲାଣି ଦରବୃଦ୍ଧି । ଅହେତୁକ ଦରଦାମ ବୃଦ୍ଧି ବିରୋଧରେ ଆଜି ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ । କେନ୍ଦ୍ର ସରକାରଙ୍କୁ ଘେରିବ ଦଳ । ଆଜି ଦିଲ୍ଲୀରେ ବିକ୍ଷୋଭ ଓ  ଶୋଭାଯାତ୍ରା କରି କଂଗ୍ରେସ କରିବ ଶକ୍ତି ପ୍ରଦର୍ଶନ । ୮ ବର୍ଷ ଧରି କେନ୍ଦ୍ରରେ ବିଜେପି ସରକାର ପେଟ୍ରୋଲ, ଡିଜେଲ, ଗ୍ୟାସ, ଅତ୍ୟାବଶ୍ୟକ ଜିନିଷ ମୂଲ୍ୟ ବୃଦ୍ଧି କରିବାରେ ଲାଗିଛନ୍ତି ।

ଗରିବ ପେଟକୁ କେନ୍ଦ୍ର ସରକାର ଲାତ ମାରିଥିଲା ଅଭିଯୋଗ କରିଛି କଂଗ୍ରେସ । ଯାହାକୁ ମୁଖ୍ୟଅସ୍ତ୍ର କରି ବିଜେପି ସରକାର ବିରୋଧରେ ଦେଇଛି ରଣହୁଙ୍କାର । ଦରଦାମକୁ ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସରକାର ଠୋସ୍‌ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛି ଶାସକ ବିଜେଡ଼ି ।

ରାହୁଲଙ୍କ ନେତୃତ୍ବରେ ରାମଲୀଳା ମୈଦାନରେ ବରିଷ୍ଠ କଂଗ୍ରେସ ନେତା ପହଞ୍ଚିବାରେ ଲାଗିଲେଣି  । କଂଗ୍ରେସ ମୁଖ୍ୟାଳୟରୁ ରାମଲୀଲା ମୈଦାନ ଯିବା ପାଇଁ ସ୍ବତନ୍ତ୍ର ବସର ବ୍ୟବସ୍ଥା କରାଯାଇଛି  ।