ବିଜେପିର ବିକାଶ ବିରୋଧୀ ମନୋଭାବକୁ ପ୍ରତାପ ଦେବଙ୍କ ଟାର୍ଗେଟ

1 min read

ଭୁବନେଶ୍ବର: ଯେଉଁ ଅଞ୍ଚଳରେ ସିଏମଓ ପହଞ୍ଚିଛି ସେହି ଅଞ୍ଚଳର ଲୋକେ ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତି  । ଲୋକଙ୍କ ବିକାଶ ପାଇଁ ଆଶା ସୃଷ୍ଟି ହୋଇଛି । ବିରୋଧୀ ଦଳ ସମସ୍ତ କଥାରେ ବିରୋଧ କରିବେ । 5T ସଚିବଙ୍କ ଗସ୍ତକୁ ନେଇ ବିରୋଧୀଙ୍କ ପ୍ରଶ୍ନର ଜବାବରେ ଏହା କହିଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ । ସେ ବିଜେପିର ବିକାଶ ବିରୋଧୀ ମନୋଭାବକୁ ଟାର୍ଗେଟ କରିଛନ୍ତି  । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସେମାନଙ୍କ ନିର୍ବାଚନ ମଣ୍ଡଳୀକୁ ଯିବା ପରେ ଅଞ୍ଚଳର ସମସ୍ୟା ସମାଧାନ ହୋଇଛି ନା ନାହିଁ ବିଜେପି ନେତା ଭଲ ଭାବେ ଜାଣିଛନ୍ତି । ତାଙ୍କୁ ଏହା ପଚାରିବାକୁ ଗଣମାଧ୍ୟାମ ମାଧ୍ୟମରେ ପ୍ରତାପ ଆହ୍ବାନ ଦେଇଛନ୍ତି । ପ୍ରାୟ ବିରୋଧୀ ଦଳ ଲୋକଙ୍କ ମତ ସକରାତ୍ମକ । ବହୁତ ଦିନରୁ ଯେଉଁ କାମ ପଡିଥିଲା ତାହା ସିଏମଓଙ୍କ ଗସ୍ତ ପରେ ସମ୍ପନ୍ନ ହୋଇଗଲା ବୋଲି ଆଶ୍ବସ୍ତ ହେଉଛନ୍ତି ।

ଏବେ ବି ଯଦି ବିଜେପି ବିଧାୟକ ହୃଦୟଙ୍ଗମ କରୁ ନାହାନ୍ତି, ସେମାନେ ସ୍ପଷ୍ଟ ଭାବେ କହି ଦିଅନ୍ତୁ ଯେ ତାଙ୍କ ନିର୍ବାଚନ ମଣ୍ଡଳୀରେ କାମ ଦରକାର ନାହଁ । ଆମେ ଲୋକଙ୍କ ଉନ୍ନତି ଓ ଅଞ୍ଚଳର ପ୍ରଗତି ପାଇଁ ନିର୍ବାଚନ ଜିଣିକି ଆସିଛୁ । ମୁଖ୍ୟମନ୍ତ୍ରୀଙ୍କ ଅଫିସ ଲୋକଙ୍କ ପାଖକୁ ଯିବା 5T ଅଧୀନରେ ଅଛି । ଯଦି ବିରୋଧୀ ଏହା ଚାହୁଁ ନାହାନ୍ତି, ସେମାନେ ଲିଖିତ ଭାବେ ଦିଅନ୍ତୁ ଯେ ସେମାନଙ୍କ ନିର୍ବାଚନ ମଣ୍ଡଳୀରେ ବିକାଶ ଦରକାର ନାହିଁ । ଅନେକ କାମ ଆମ ଚେଷ୍ଟାରେ ବି ହୁଏନି  । ହେଲେ ମୁଖ୍ୟମନ୍ତ୍ରୀଙ୍କ ଅଫିସ ହସ୍ତକ୍ଷେପ କଲେ, ଏହା ହୋଇଯିବାର ସମ୍ଭାବନା ଅଧିକ ଅଛି  । ନିର୍ବାଚନ ମଣ୍ଡଳୀ ଗୁଡିକରେ ଅନେକ କାମ ସମ୍ପୂର୍ଣ୍ଣ ହୋଇଯାଉଛି । ତାକୁ ସମାଲୋଚନା କରିବାର ଯଥାର୍ଥ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ପ୍ରତାପ ଦେବ ।