ରାଜନୈତିକ ଲାଭ ପାଇଁ ଗୋଲ୍ ପୋଷ୍ଟ ସିଫ୍ଟ କରୁଛନ୍ତି ବିରୋଧୀ: ବିଜେଡି

Pratap Dev Slams BJP & Congress Over Adjournment Of Odisha Assembly

ଭୁବନେଶ୍ୱର: ବିଧାନସଭା ଚଳାଇ ଦେଉନାହାଁନ୍ତି ବିରୋଧୀ । ଏହାକୁ ନେଇ ବିଜେଡି ମୁଖପାତ୍ର ପ୍ରତାପ ଦେବ ବିରୋଧୀଙ୍କୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି । ରାଜନୀତିରେ ଏହାକୁ ସିଫ୍ଟିଂ ଓ ଗୋଲ୍ ପୋଷ୍ଟ କୁହାଯାଏ । ଗୋଟିଏ ନିୟମାବଳୀରେ ଖେଳ ଆରମ୍ଭ ହୁଏ । ଖେଳ ଅଧାରୁ ସଫଳତା ନମିଳିବା ପରେ ଖେଳରେ ପଇଁତରା ବଦଳାଇ, ଗୋଲ ପୋଷ୍ଟ ବଦଳାଯାଏ । ଏବେ ବିରୋଧୀ ଦଳ ଏମିତି ଲୁଚକାଳି ଖେଳ ଆରମ୍ଭ କରିଛନ୍ତି ।

ବିଧାନସଭା ଆରମ୍ଭ ପୂର୍ବରୁ ରାଜ୍ୟର ପ୍ରମୁଖ ପ୍ରସଙ୍ଗ ମରୁଡ଼ି ପରିସ୍ଥିତି, ସାର ଅଭାବ, ଫସଲ ବୀମା ମିଳୁନି । ମୋଟ ଉପରେ କହିବାକୁ ଗଲେ ଚାଷୀ ସମସ୍ୟାକୁ ନେଇ ପ୍ରବଳ ଉଦବେଗ୍ ରହିଛି । ମୌସୁମୀ ଅଧିବେଶନ ପୂର୍ବରୁ ଏହାକୁ ନେଇ ଆଲୋଚନା ହେବ ବୋଲି ସମସ୍ତେ ଆକଳନ କରୁଥିଲେ । ସରକାର ମଧ୍ୟ ସବୁ ପ୍ରସଙ୍ଗରେ ଆଲୋଚନା ହେବ ବୋଲି କହିଥିଲେ । ବିରୋଧୀ ଦଳର ଦାବି ଅନୁସାରେ ମରୁଡ଼ି ପ୍ରସଙ୍ଗ ମୋସନ ଆକାରରେ ଆସି ଆଲୋଚନା ହୋଇଥିଲା ।

Pratap Dev Slams BJP & Congress Over Adjournment Of Odisha Assembly

ଏହା ପରେ ବିରୋଧୀ ପ୍ରସଙ୍ଗରୁ ହଟି ଯାଇଥିବା କହିଛନ୍ତି ପ୍ରତାପ ଦେବ । ସାର ଅଭାବ, ଫସଲ ବୀମା ନ ମିଳିବା କଥା କଣ ଚାଷୀଙ୍କ ପ୍ରସଙ୍ଗ ନୁହେଁ ବୋଲି ପଚାରିଛନ୍ତି ପ୍ରତାପ ଦେବ । ବିରୋଧୀ ଦଳ ଚାଷୀଙ୍କ ନାଁ ନେଇ ରାଜନୀତି କରୁଛନ୍ତି । ଚାଷୀ ପ୍ରସଙ୍ଗକୁ ଯାଇ ଗଭୀରତାର ସହ ଆଲୋଚନା କରୁନାହାଁନ୍ତି । ବିଜେପିକୁ ଭୟ ଗୋଡ଼ାଉଛି କାଳେ କେନ୍ଦ୍ର ସରକାରଙ୍କ କଥା ଜଣାପଡ଼ିବ । ତେଣୁ ତୁରନ୍ତ ପଇଁତରା ବଦଳାଇ ଦେଢ଼ ମାସ ହେଲା ଚର୍ଚ୍ଚା ଭିତରେ ନଥିବା ପ୍ରସଙ୍ଗକୁ ଉଠାଉଛନ୍ତି ।

ଜ୍ୱଳନ୍ତ ପ୍ରସଙ୍ଗକୁ ଛାଡ଼ି ଡିଆଁ ମାରିବା ପଛର କାରଣ କ’ଣ ? ବିରୋଧୀ ଦଳ ପଳାୟନପନ୍ଥୀ ଭୂମିକା ଗ୍ରହଣ କରୁଛନ୍ତି । ଗୋଟିଏ ପ୍ରସଙ୍ଗ ଛିଡ଼ା କରିବା ପରେ ଅନ୍ୟ ପ୍ରସଙ୍ଗକୁ ଡାଇଭର୍ଟ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି । ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି । ବାଚସ୍ପତିଙ୍କୁ ଘେରାଉ କରିବା ଏକ ରାଜନୈତିକ ନାଟକ, କେବଳ ମିଡିଆରେ ହେଡଲାଇନ୍ ପାଇଁ ।

ରାଜ୍ୟ ସରକାର ପଳାୟନପନ୍ଥୀ ନୁହଁନ୍ତି । ଯେତେବେଳେ ଯେଉଁ ପ୍ରସଙ୍ଗ ଆସିଛି ସରକାର ନିର୍ଭୀକ ଭାବେ ଆଲୋଚନା କରିଛନ୍ତି । ବିରୋଧୀ ନିଜକୁ ସୁହାଇବା ଭଳି ପ୍ରସଙ୍ଗ ଉଠାଇଛନ୍ତି । ଜନତା ପାଇଁ ସେମାନଙ୍କର ଟିକିଏ ବି ଦରଦ ନାହିଁ ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ ।

Leave a Reply