କେନ୍ଦୁଝରରେ ମୁଖ୍ଯମନ୍ତ୍ରୀଙ୍କ ଟିପ୍ପଣୀକୁ ନେଇ ବିଜେଡିର କଡ଼ା ଜବାବ
ଭୁବନେଶ୍ୱର :କେନ୍ଦୁଝରରେ ମୁଖ୍ଯମନ୍ତ୍ରୀଙ୍କ ଟିପ୍ପଣୀକୁ ନେଇ କଡ଼ା ଜବାବ ଦେଇଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯେଉଁ ଟିପ୍ପଣୀ ଦେଇଥିଲେ ତାହା ଦୁର୍ଭାଗ୍ଯଜନକ । ଖଣି ଦୁର୍ନୀତି ହୋଇଥିଲା । ଏଥିରେ କାହାରିକୁ ଛଡାଯିବନି । ସେ ବିରୋଧୀ ଦଳରେ ଥିବାବେଳେ ସରକାରୀ ଦଳ ପକ୍ଷରୁ ତାଙ୍କୁ ମନ୍ତ୍ରିପଦ ଓ ଅନ୍ଯାନ୍ଯ ପ୍ରଲୋଭନ ଦିଆଯାଇଥିଲା ତାହା ଅତ୍ଯନ୍ତ ଦୁର୍ଭାଗ୍ଯପୂର୍ଣ୍ଣ । ସାମ୍ବାଦିକ ସମ୍ମିଳନୀ କରି ଏପରି କଡା ଜବାବ ଦେଇଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ । ମୁଖ୍ଯମନ୍ତ୍ରୀ ଏବେ ବିରୋଧୀ ଦଳରେ ନାହାଁନ୍ତି । ସେ ଏବେ ରାଜ୍ଯର ମୁଖ୍ଯମନ୍ତ୍ରୀ । ସେ ଏପରି ଟିପ୍ପଣୀ ଦେବା ପୂର୍ବରୁ ଚିନ୍ତା କରିବାର ଥିଲା । ତାଙ୍କ ପଦ ମର୍ଯ୍ୟାଦା ବଂଚାଇ ରଖିବା ତାଙ୍କର କର୍ତ୍ତବ୍ଯ । ଯେଉଁଭଳି ସେ ଉକ୍ତି ରଖିଛନ୍ତି ତାହା ଆଦୌ ଗ୍ରହଣୀୟ ନୁହଁ । ବିଜୁ ଜନତା ଦଳ ସଦାବେଳେ ପ୍ରସ୍ତୁତ ଅଛନ୍ତି ଯେକୌଣସି ପରିସ୍ଥିତି ଓ ଯେକୈାଣସି କଥାର ଜବାବ ଦେବାକୁ । ସେତେବେଳେ ଏହାକୁ ଗଣମାଧ୍ଯମରେ କାହିଁକି କହିଲେନି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ ।
ଚାହିଁଥିଲେ ସେ ସେତେବେଳେ କେସ କରିପାରିଥାନ୍ତେ । ଏକଥା ନକରିକି ଏବେ ମୁଖ୍ଯମମନ୍ତ୍ରୀ ହେବା ପରେ ଏପରି ମନ୍ତବ୍ଯ ଦେବେ କେତେ ଦୂର ସମୀଚିନ ତାହା ସେ ତର୍ଜମା କରନ୍ତୁ । ତାଙ୍କ ଦଳର ସର୍ବୋଚ୍ଚ ନେତା କହିଛନ୍ତି, ଓଡ଼ିଶା ଖଣି ସଂସ୍କାରରେ ଆଗୁଆ ଅଛି । ସଂସଦରେ ତାଙ୍କ ସର୍ବୋଚ୍ଚ ନେତା ପ୍ରଧାନମନ୍ତ୍ରୀ ଏହା ସ୍ବୀକାର କରିଛନ୍ତି । ଏହାକୁ କେମିତି ମୁଖ୍ଯମନ୍ତ୍ରୀ ଭୁଲିଯାଉଛନ୍ତି । ସଂଘୀୟ ବ୍ଯବସ୍ଥାରେ କିପରି ଶାସନ କରିବାକୁ ହୁଏ ତାହା ସେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କଠାରୁ ଶିକ୍ଷା କରିବା ଉଚିତ । କ୍ଷମତାକୁ ଆସିକି ବିରୋଧୀ ଦଳ ପରି ପ୍ରଳାପ କରିବା ଛାଡନ୍ତୁ । ରାଜ୍ଯବାସୀ ବିଜେପିକୁ ଜନମତ ଦେଇଛନ୍ତି । ତେଣୁ ସେ ତାଙ୍କ ପଦ ମର୍ଯ୍ୟାଦା ରକ୍ଷା କରିବା ଉଚିତ । ଏଭଳି ଉକ୍ତି ଯଦି ଗଣମାଧ୍ଯମରେ ରଖିବେ ତେବେ ତାହା ଶୋଭନୀୟ ନୁହେଁ ।