ଡବଲ ଇଞ୍ଜିନ ସରକାର ଖଣି ପ୍ରାଧାନ୍ୟ ଓଡିଶାରୁ କୋଇଲା ରୟାଲିଟି ବୃଦ୍ଧି କରନ୍ତୁ : ପ୍ରଶନ୍ନ ଆଚାର୍ଯ୍ୟ

ନନ୍ଦିଘୋଷ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇଛନ୍ତି । ଦିଲ୍ଲୀରେ ରାଜ୍ଯ ସରକାରଙ୍କ ସମସ୍ତ ଦାବି କେନ୍ଦ୍ର ସରକାର ଗ୍ରହଣ କରିଥିବେ ବୋଲି ଆଶା କରିଛି ବିଜେଡି । ଆଜି ଏ ନେଇ ଏକ ପ୍ରେସମିଟ କରି ବିଜେଡି ରାଜ୍ଯବାସୀଙ୍କ ତରଫରୁ ଶୁଭ ଖବର ଆଶା କରିଛି । ଦିଲ୍ଲୀରେ ମୁଖ୍ଯମନ୍ତ୍ରୀ ଓ ଉପମୁଖ୍ଯମନ୍ତ୍ରୀ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଓ କେନ୍ଦ୍ର ମନ୍ତ୍ରୀ ମାନଙ୍କୁ ଭେଟିଛନ୍ତି । ବିକଶିତ ଓଡ଼ିଶା ପାଇଁ କଣ ଆଲୋଚନା କଲେ ତାହା ଓଡ଼ିଶା ବାସୀ ଚାହିଁ ବସିଛନ୍ତି। ରାଜ୍ଯରେ ଡବଲ ଇଞ୍ଜିନ ସରକାର ହେଲା।

ତେଣୁ ଓଡି଼ଶାର ଦାବି ସବୁ ଗ୍ରହଣୀୟ ହେବ ବୋଲି ବିଜେଡି ଆଶା କରିଛି । ପ୍ରତି ତିନି ବର୍ଷରେ ଥରେ କୋଇଲା ରୟାଲଟି ବୃଦ୍ଧି ହୋଇଥାଏ । କିନ୍ତୁ ୨୦୧୩ ପରଠାରୁ ଆଉ କୋଇଲା ରୟାଲଟିରେ ବୃଦ୍ଧି ହୋଇନି । ବହୁଦିନରୁ ଦାବି ହେଉଥିବା କୋଇଲା ରୟଲଟିରେ ବୃଦ୍ଧି ହେବ ବୋଲି ଆଶା କରିଛି ବିଜେଡି । ସେହିପରି ସ୍ବତନ୍ତ୍ର ରାଜ୍ଯ ପାହ୍ଯା ଦାବି ମଧ୍ଯ କେନ୍ଦ୍ର ସରକାର ପୂରଣ କଲେ ଓଡି଼ଶା ଏକ ବିକଶିତ ରାଜ୍ଯ ଗଠନ ଦିଗରେ ପ୍ରକ୍ରିୟା ତ୍ବରାନ୍ବିତ ହୋଇପାରିବ ବୋଲି ବିଜେଡି ଆଶା କରିଛି ।

ସେହିପରି ଦିଲ୍ଲୀରେ ବିଜେଡି ପ୍ରସଙ୍ଗ ଭିତ୍ତିକ ସମର୍ଥନ କରିଆସିଛି। ଓଡ଼ିଶା ସ୍ବାର୍ଥ ବାଧା ପ୍ରାପ୍ତ ହେଲେ ଦଳ ବିରୋଧ କରିବ । ନିଟ ଏକ ଉଦବେଗ ଜନିତ ପ୍ରସଙ୍ଗ। ଏହାକୁ ବିରୋଧ କରି ବିଜେଡି ସଂସଦରେ ତାର ଉତ୍ତର ରଖିସାରିଛି । ବିଧାନସଭାରେ ଓଡ଼ିଶା ସ୍ବାର୍ଥକୁ ନେଇ ସାଲିସ କରାଯିବନି ବୋଲି କହିଛି ବିଜେଡି । ଅଣଓଡ଼ିଆ ମୁଖ୍ୟ ଶାସନ ସଚିବଙ୍କ ନିଯୁକ୍ତି ନେଇ ବିଜେଡି ପ୍ରଶ୍ନ ଉଠାଇଛି । ଓଡ଼ିଆ ଅସ୍ମିତା କଥା ଯେଉଁମାନେ କହୁଥିଲେ ସେମାନେ ଏପରି କାମ କରିଛନ୍ତି । ତେଣୁ ଘରେ ପଶୁ ପଶୁ ମୁଣ୍ଡରେ ଚାଳ ବାଜିଲାଣି । ଆଗକୁ ଦେଖନ୍ତୁ କଣ ହେଉଛି ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ।