ଗଣମାଧ୍ଯମରେ ଉଠୁଥିବା ଗୁଜୁବକୁ ନେଇ ବିଜେପି ଉପରେ ବର୍ଷିଲେ ପ୍ରମିଳା

ଭୁବନେଶ୍ବର : ବିଜେଡିର ଖସିନି ରାଙ୍କ । ବିଜେଡି ଏବେ ବି ଏକ ନମ୍ବର ଦଳ । ପ୍ରମିଳାଙ୍କ ଟାର୍ଗେଟରେ ବିଜେପି । ବିଜେପିକୁ ନିଜ ସ୍ଥିତି ସମ୍ଭାଳିବାକୁ ପରାମର୍ଶ । ବିଜେଡିରେ କେହି କରୁନାହାଁନ୍ତି ବିଷୋଦଗାର ।.. ..ବିଜେଡି ବିରୋଧରେ ଗଣମାଧ୍ଯମରେ ନିଇତି ଉଠୁଥିବା ଗୁଜବକୁ ନେଇ ଏପରି କଡ଼ା ଜବାବ ରଖିଛନ୍ତି ବିରୋଧୀ ଦଳ ମୁଖ୍ଯ ସଚେତକ ତଥା ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ । ବିଜେଡି ଯେଉଁଠି ଥିଲା ସେଇଠି ଅଛି । ପୋଜିସନରେ କିଛି ବି ଅଦଳବଦଳ ହୋଇନି । ରାଜ୍ୟରେ ୧ ନମ୍ବର ଦଳର ମାନ୍ଯତା ବଜାୟ ରଖିଛି । ୨୦୨୪ ନିର୍ବାଚନରେ ବିଜେପି ଠାରୁ ୩୭ ହଜାରରୁ ଅଧିକ ଭୋଟ ପାଇ ଦଳ ଏକ ନମ୍ବର ସ୍ଥାନରେ ରହିଛି । ୨୦୨୪ ନିର୍ବାଚନରେ ବିଜେଡି ୧କୋଟି ୧ ଲକ୍ଷ ୨ହଜାର ୪୪୫ ଭୋଟ ପାଇଥିଲା । ଭୋଟ ପ୍ରତିଶତ ହାର ଥିଲା ୪୦.୨୨ । ସେହିପରି ଶାସକ ବିଜେପି  ୪୦.୭ ପ୍ରତିଶତ ଭୋଟ ପାଇଥିବା ବେଳେ ଦଳକୁ  ୧କୋଟି ୬୪ ହଜାର ୮୨୭ଟି  ଭୋଟ  ମିଳିଥିଲା। ତେଣୁ ଆଜି ଯଦି ନିର୍ବାଚନ ହେବ ବିଜେଡି ୧୪୦ ସିଟରେ ବିଜୟୀ ହେବ ବୋଲି ପ୍ରମିଳା କହିଛନ୍ତି । ବିଜେଡି ଦଳରେ କେହି ବିଷୋଦଗାର କରୁନାହାନ୍ତି । ବିଜେଡିକୁ ନେଇ ବାରମ୍ବାର ଗଣମାଧ୍ୟମରେ ବୟାନବାଜି କରୁଥିବା ବିଜେପି ନେତାଙ୍କୁ ଏପରି ଢଙ୍ଗରେ ଶାଣିତ ସମାଲୋଚନା କରିଛନ୍ତି । ବିଜେପି ଅବସ୍ଥା କଣ ହେଉଛି ଦେଖନ୍ତୁ । ନିଜ ଅବସ୍ଥା ସମ୍ଭାଳନ୍ତୁ ବୋଲି ସତର୍କ କରାଇଦେଇଛନ୍ତି ପ୍ରମିଳା । ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର କିନ୍ତୁ ପ୍ରମିଳାଙ୍କୁ କଡ଼ା ଜବାବ ଦେଇଛନ୍ତି ।

ବିଜେଡି ବିଜେପି ଓ କଂଗ୍ରେସ । ୨୦୨୪ ନିର୍ବାଚନ ପରେ ରାଜ୍ଯର ତିନି ପ୍ରମୁଖ ଦଳକୁ ଘାରିଛି ସାଂଗଠନିକ ଚିନ୍ତା । ପ୍ରତ୍ୟେକ ଦିନ ନେତାଙ୍କ ମଧ୍ୟରେ ସଂଗଠନକୁ ନେଇ ତୁ ତୁ ମେଁ ମେଁ ବୟାନବାଜି ମଧ୍ୟ ଜାରି ରହିଛି । ଏହାରି ଭିତରେ କଂଗ୍ରେସ ଆସନ୍ତା ୫ ତାରିଖରୁ ମୁଖିଆ ଚୟନ ପ୍ରକ୍ରିୟା ଚୁଡ଼ାନ୍ତ କରିବ ବୋଲି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ କହିଛନ୍ତି । ରାଜ୍ଯରେ ବିଜେପି ଶାସନକୁ ଚାରି ମାସ ପୂରି ସାରିଛି । ଏହି ଚାରି ମାସ ଭିତରେ ବିଜେପି ସରକାରର ଅନେକ ଭୁଲକୁ ଧରି ବିଜେପିକୁ ଅଡୁଆରେ ପକାଇଛି ବିଜେଡି । ତେଣୁ ଆଗକୁ କାହାର ସ୍ଥିତି କଣ ହେବ ତାହାକୁ ନେଇ ଏବେଠାରୁ ନେତାମାନେ କଲେଣି ଭବିଷ୍ୟବାଣୀ । ଯାହାକୁ ନେଇ ସରଗରମ ହୋଇଛି ରାଜ୍ଯ ରାଜନୀତି ।