କେନ୍ଦ୍ର ସରକାରଙ୍କ ୟୁ-ଟର୍ଣ୍ଣ: ସ୍ଥଗିତ ରହିଲା ସ୍ୱଳ୍ପ ସଞ୍ଚୟ ଯୋଜନା ଉପରେ ସୁଧ ହାର ହ୍ରାସ ନିଷ୍ପତ୍ତି

1 min read

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ୟୁ-ଟର୍ଣ୍ଣ । ସ୍ୱଳ୍ପ ସଞ୍ଚୟ ଯୋଜନା ଉପରେ ସୁଧ ହାର ହ୍ରାସ ନିଷ୍ପତ୍ତି ସ୍ଥଗିତ ରଖିଛନ୍ତି । ନୂଆ ସୁଧହାର ପରିବର୍ତ୍ତେ ପୁରୁଣା ସୁଧହାର ଲାଗୁ ହେବ । ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ କହିଛନ୍ତି, ସ୍ୱଳ୍ପ ସଞ୍ଚୟ ଯୋଜନା ପାଇଁ ବର୍ଷ ୨୦୨୦-୨୦୨୧ର ଶେଷ ୪ ମାସରେ ସୁଧହାର ଯାହା ଥିଲା ତାହା ହିଁ ରହିବ । ଅର୍ଥାତ୍‌ ୨୦୨୧ ମାର୍ଚ୍ଚ ଯାଏ ଯେଉଁ ହାରରେ ସୁଧ ମିଳୁଥିଲା ତାହା ବଜାୟ ରହିବ ।

ଆଜି ଠାରୁ ସ୍ୱଳ୍ପ ସଞ୍ଚୟ ଜମାରେ ସୁଧ ହ୍ରାସ ନିଷ୍ପତ୍ତି ନେଇଥିଲେ ସରକାର । ସ୍ୱଳ୍ପ ସଞ୍ଚୟ ଯୋଜନାରେ ସୁଧହାର କମାଇଥିଲେ କେନ୍ଦ୍ର ସରକାର । କିନ୍ତୁ ୨୪ ଘଣ୍ଟା ଭିତରେ ଏହି ନିଷ୍ପତ୍ତି ବଦଳାଇଛନ୍ତି କେନ୍ଦ୍ର ସରକାର । ଆଜିଠାରୁ ପ୍ରଥମ ତ୍ରୈମାସ ପାଇଁ ଲାଗୁ ହେବାର ଥିଲା ସଂଶୋଧିତ ସୁଧ ହାର । ସଞ୍ଚୟ ଜମା ଉପରେ ବାର୍ଷିକ ସୁଧହାର ୪%ରୁ ୩.୫%କୁ ହ୍ରାସ କରିଥିଲେ କେନ୍ଦ୍ର ସରକାର ।

ସେହିପରି PPF ଉପରେ ବାର୍ଷିକ ସୁଧହାର ୭.୧%ରୁ ୬.୪%କୁ କମିଥିଲା । ବର୍ଷିକିଆ ଜମା ଉପରେ ତ୍ରୈମାସିକ ସୁଧହାର ୫.୫%ରୁ ୪.୪%କୁ ହ୍ରାସ କରିଥିଲେ । ବରିଷ୍ଠ ନାଗରିକଙ୍କ ସଞ୍ଚୟ ଉପରେ ତ୍ରୈମାସିକ ସୁଧହାର ୭.୪%ରୁ ୬.୫%କୁ ହ୍ରାସ କରିଥିଲେ ସରକାର ।

Leave a Reply