ମହାଠକ ସୁକେଶ ପ୍ରେମ ଜାଲରେ ଛନ୍ଦି ହୋଇଥିଲେ ଅଭିନେତ୍ରୀ ଚାହାତ୍ ଖାନ୍ନା

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଲୋକପ୍ରିୟ ଟିଭି ସିରିଏଲ୍ ଅଭିନେତ୍ରୀ ଚାହାତ୍ ଖାନ୍ନା । ସୋନି ଟିଭିର ‘ବଡେ ଅଛେ ଲଗତେ ହେଁ’  ଶୋ’ରୁ ଚାହାତ୍ ଘରେ ଘରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି । ଚାହାତଙ୍କ ଟିଭି କ୍ୟାରିୟର ଯେତିକି ସଫଳ ରହିଛି ସେତିକି ତାଙ୍କ ବ୍ୟକ୍ତିଗତ ଜୀବନ ଦୁଃଖ ଭରା ରହିଛି । ପୁଣି ଥରେ ଚାହାତ୍ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଚାହାତଙ୍କ ସମ୍ପର୍କ ସାମ୍ନାକୁ ଆସିଛି । ନିକଟରେ ଏକ ସାକ୍ଷାତକାରରେ ଏହି ଅଭିନେତ୍ରୀ କହିଛନ୍ତି ଯେ ସୁକେଶ ଚନ୍ଦ୍ରଶେଖର ତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ । ଯେତେବେଳେ ସେ ସୁକେଶଙ୍କ ସମ୍ପର୍କରେ ଆସିଥିଲେ ସେତେବେଳେ ସେ ଜାଣିନଥିଲେ କି ସେ ଜଣେ ମହାଠକ ବୋଲି । ସୁକେଶ ତାଙ୍କୁ ସାଉଥର ଏକ ଟିଭି ଚ୍ୟାନେଲର ମାଲିକ ଏବଂ ଜୟଲଳିତାଙ୍କ ପୁତୁରାର ପରିଚୟ ଦେଇ ତାଙ୍କୁ ଫସେଇଥିଲେ । ମହାଠକ ସୁକେଶ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କୁ ମଧ୍ୟ ଦାମିନାମି ଉପହାର ଦେଇ ତାଙ୍କ ସମ୍ପର୍କରେ ମଧ୍ୟ ଆସିଥିଲା। ସମାନ କଥା କହି ସେ ଜ୍ୟାକିଲିନଙ୍କୁ ମଧ୍ୟ ତାଙ୍କ ପ୍ରେମ ଜାଲରେ ଫସାଇଥିଲେ । ଏହାପରେ ମନିଂଲଣ୍ଡରି ମାମଲାରେ ସୁକେଶକୁ ପୋଲିସ ବାନ୍ଧିଥିଲା ।

ଆପଣଙ୍କୁ କହିରଖିବୁ କି, ଚାହାତ୍ ଖାନ୍ନାଙ୍କ ନାମ ଶୁକେସଙ୍କ ପୂର୍ବରୁ ଅନେକ ଲୋକଙ୍କ ସହ ଯୋଡି ହୋଇସାରିଛି । ଏହି ଅଭିନେତ୍ରୀ ବଲିଉଡର ପ୍ରଖ୍ୟାତ କଣ୍ଠଶିଳ୍ପୀ ମିକ୍କା ସିଂଙ୍କ ସହ ମଧ୍ୟ ଚର୍ଚ୍ଚାରେ ରହିସାରଛନ୍ତି । ଉଭୟ ପଡୋଶୀରେ ରହୁଥିବା ସୂଚନା ମିଳିଛି । ୨୦୨୦ ମସିହାରେ ଲକଡାଉନ୍ ସମୟରେ ଉଭୟଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଉଭୟ ସୋସିଆଲ ମିଡିଆରେ ଉଭୟଙ୍କ ସହ ଅନେକ ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି । ତାଙ୍କ ଫଟୋ ଦେଖି ଅନୁମାନ କରାଯାଉଥିଲା ଯେ, ଏହି ଦୁଇଜଣ ଡେଟ୍ କରୁଛନ୍ତି । ଅଭିନେତ୍ରୀ ବଲିଉଡ୍ ସ୍ପାଇକୁ ଏକ ସାକ୍ଷାତକାରରେ କହିଥିଲେ ଯେ, ମିକାଙ୍କ ସହ ତାଙ୍କର ଏକ ଗୀତର ଶୁଟିଂ ସମୟରେ ଉଠାଯାଇଥିଲା  । ‘କ୍ୱାରେଣ୍ଟଇନ’ ଗୀତର ପ୍ରମୋସନ ପାଇଁ ଉଭୟ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ।

ସୂଚନା ଅନୁଯାୟୀ, ଚାହାତ୍ ଖାନ୍ନାଙ୍କ ବ୍ୟକ୍ତିଗତ ଜୀବନ ବହୁ ସଂର୍ଘଷମୟ ରହିଛି । ଅଭିନେତ୍ରୀ ଦୁଇ ଝିଅଙ୍କ ମା ହୋଇଥିବା ବେଳେ ନିକଟରେ ଦେଇଥିବା ଏକ ସାକ୍ଷାତାକାରରେ ଛାଡପତ୍ର ଏବଂ ଜୀବନରେ ଆସିଥିବା ପରିବର୍ତ୍ତନର କଥା କହିଥିଲେ । ଚାହାତ୍ ତାଙ୍କ ଜୀବନର ପ୍ରଥମ ବିବାହକୁ ସବୁଠାରୁ ବଡ ଭୁଲ୍ ବୋଲି କହିଛନ୍ତି । ତାଙ୍କର ୨୦ ବର୍ଷ ବୟସରେ ପ୍ରଥମ ସ୍ବାମୀ ଭରତ ନରସିଂଘାନିଙ୍କ ସହିତ ଛାଡପତ୍ର ହୋଇଥିଲା । ଯାହାପରେ ଅଭିନେତ୍ରୀଙ୍କ ଜୀବନ ଓଲଟପାଲଟ ହୋଇଯାଇଥିଲା ।  କିଛି ସମୟ ପରେ ଅଭିନେତ୍ରୀଙ୍କ ଜୀବନରେ ଫରହାନ ମିର୍ଜା ଆସିଥିଲେ । କିଛି ସମୟ ଡେଟ୍ କରିବା ପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଚାହାତଙ୍କର ଏହି ବିବାହ ମଧ୍ୟ ବେଶି ଦିନ ଚାଲିପାରିନଥିଲା । ମାତ୍ର ୫ ବର୍ଷ ପର୍ଯ୍ୟନ୍ତ ଏହି ସମ୍ପର୍କ ଚାଲିପାରିଥିଲା । ଏହି ବିବାହରେ ଅଭିନେତ୍ରୀଙ୍କ ଦୁଇଟି ଝିଅ ଜନ୍ମ ହୋଇଥିଲେ । ଚାହାତ୍ ତାଙ୍କ ଦ୍ୱୀତୀୟ ସ୍ବାମୀଙ୍କ ବିରୋଧରେ ଘରୋଇ ହିସାଂର ଅଭିଯୋଗ କରି ଛାଡପତ୍ର ନେଇଥିଲେ ।