Exit Poll: ନୀତିଶଙ୍କ ଉପରେ ଭାରିପଡ଼ିବ ମହାମେଣ୍ଟ !
1 min readପାଟଣା: ବିହାରରେ ବଦଳିପାରେ ସରକାର । ନୀତିଶଙ୍କୁ କ୍ଷମତାଚ୍ୟୁତ୍ କରି ଶାସନକୁ ଆସିପାରନ୍ତି ତେଜସ୍ୱୀ । ମତଦାନ ସରିବା ପରେ ଫଳାଫଳକୁ ନେଇ ଆରମ୍ଭ ହୋଇଛି କାଉଣ୍ଟଡାଉନ୍ । ଆଜି ପ୍ରାୟ ଏକଜିଟ୍ ପୋଲ୍ ଆକଳନ ଆସିଛି । ଯେଉଁଥିରେ ବିହାରବାସୀ ପରିବର୍ତ୍ତନ ଆଡ଼କୁ ମନ ବଳାଇଥିବା ଆଭାସ ମିଳୁଛି । ତେବେ ୧୦ ତାରିଖରେ ହିଁ ଇଭିଏମ୍ ଖୋଲିବା ପରେ ଜଣାପଡ଼ିବ କାହାକୁ ବିଶ୍ୱାସକୁ ନେଇଛନ୍ତି ବିହାରବାସୀ ।
Republic- ଜନ୍ କି ବାତ୍
ରପବ୍ଲିକ୍- ଜନ୍ କି ବାତ୍ ଏକଜିଟ୍ ପୋଲ୍ ଆକଳନ ଅନୁସାରେ- ବିପକ୍ଷ ମହାମେଣ୍ଟକୁ ୧୧୮ରୁ ୧୩୮ ସିଟ୍ ମିଳିବ । ଶାସକ ଏନଡିଏକୁ ୯୧ରୁ ୧୧୭ ଆସନ୍ ମିଳିବା ନେଇ ଆକଳନ କରାଯାଇଛି ।
Times Now- CVoter
ଟାଇମ୍ସ ନାଓ- ସି ଭୋଟର ସର୍ଭେ ମୁତାବକ ମହାମେଣ୍ଟ ଆଗକୁ ବଢ଼ି ୧୨୦ ସିଟ୍ ପାଇବ । ଏହା ବାଦ୍ ଶାସକ ଏନଡିଏକୁ ୧୧୬ ସିଟ୍ ମିଳିପାରେ । ଏଲଜେପିକୁ ଗୋଟିଏ ସିଟ୍ ଓ ଅନ୍ୟଙ୍କୁ ୬ ସିଟ୍ ମିଳିବା ନେଇ ଆକଳନ କରାଯାଇଛି ।
ଏବିପି ସିଭୋଟର ଏକଜିଟ୍ ପୋଲ୍ ଆକଳନ ଅନୁସାରେ ନୀତିଶ ମେଣ୍ଟ (NDA)କୁ ୧୦୪ରୁ ୧୨୮ ସିଟ୍, ଲାଲୁ ମେଣ୍ଟ (MGB)କୁ ୧୦୮ରୁ ୧୩୧ ଆସନ, ଚିରାଗ ପାଶୱାନଙ୍କୁ ଗୋଟିଏରୁ ୩ଟି ସିଟ୍ ଏବଂ ଅନ୍ୟ ଦଳକୁ ୪ରୁ ୮ଟି ସିଟ୍ ମିଳିପାରେ ।