Bihar Exit Poll: କୌଣସି ଦଳକୁ ମିଳିନପାରେ ସଂଖ୍ୟା ଗରିଷ୍ଠତା

1 min read
No Alliance To Get Absolute Majority Predicts Exit Poll Bihar Election 2020

ପାଟଣା: ୨୪୩ ବିଶିଷ୍ଟ ବିହାର ବିଧାନସଭା ପାଇଁ ସରିଛି ମତଦାନ । ଜନତା ବାଛିଛନ୍ତି ନେତା । ଇଭିଏମରେ ସିଲ୍ ହୋଇଛି ନେତାଙ୍କ ଭାଗ୍ୟ । ବିହାରରେ କିଏ ଗଢ଼ିବ ସରକାର । କ୍ଷମତା ବଜାଇ ରଖିବ କି NDAର ନୀତିଶ ସରକାର । ନା ମହାମେଣ୍ଟ ମାରିନେବ ବାଜି । ଏବିପି C-Voter ଏକଜିଟ୍ ପୋଲ୍ ଅନୁସାରେ ଏଥରକ ବିହାରରେ କୌଣସି ଦଳକୁ ବହୁମତ ମିଳିବ ନାହିଁ ।

No Alliance To Get Absolute Majority Predicts Exit Poll Bihar Election 2020

ଏକଜିଟ୍ ପୋଲ୍ ଆକଳନ ଅନୁସାରେ ନୀତିଶ କୁମାରଙ୍କୁ ୩୭.୭ ପ୍ରତିଶତ ଭୋଟ୍ ମିଳିଥିବା ବେଳେ ଲାଲୁଙ୍କ ଆରଜେଡିକୁ ୩୬ ପ୍ରତିଶତରୁ ଅଧିକ ଭୋଟ୍ ମିଳିଛି । ସିଟ୍ ଆକଳନ ଅନୁଯାୟୀ ନୀତିଶ ମେଣ୍ଟ (NDA)କୁ ୧୦୪ରୁ ୧୨୮ ସିଟ୍, ଲାଲୁ ମେଣ୍ଟ (MGB)କୁ ୧୦୮ରୁ ୧୩୧ ଆସନ, ଚିରାଗ ପାଶୱାନଙ୍କୁ ଗୋଟିଏରୁ ୩ଟି ସିଟ୍ ଏବଂ ଅନ୍ୟ ଦଳକୁ ୪ରୁ ୮ଟି ସିଟ୍ ମିଳିପାରେ ।

ଅଲଗା ଅଲଗା ଦଳ କଥା କହିଲେ ଏନଡିଏ ମେଣ୍ଟର ଜେଡିୟୁକୁ ୩୮ରୁ ୪୬ଟି ଆସନ, ବିଜେପିକୁ ୬୬ରୁ ୭୪ ଆସନ, ବିଆଇପିକୁ ୦ରୁ ୪ଟି ଆସନ ମିଳିପାରେ । ଅନ୍ୟପଟେ ମହାମେଣ୍ଟରେ ଆରଜେଡିକୁ ସର୍ବାଧିକ ୮୧ରୁ ୮୯ଟି ଆସନ, କଂଗ୍ରେସକୁ ୨୧ରୁ ୨୯ଟି ଆସନ, ବାମଦଳକୁ ୬ରୁ ୧୩ଟି ଆସନ୍ ମିଳିବା ନେଇ ଏକଜିଟ୍ ପୋଲରେ ଆକଳନ କରାଯାଇଛି ।

No Alliance To Get Absolute Majority Predicts Exit Poll Bihar Election 2020

ତେବେ, ଏହା କେବଳ ଏକଜିଟ୍ ପୋଲର ଆକଳନ ଅଟେ । ପ୍ରକୃତ ଫଳାପଳ ଆସନ୍ତା ୧୦ ତାରିଖରେ ଆସିବ । ଆଜି ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ଆଉ କିଛି ସମୟ ପରେ ଆସିବ ଏକଜିଟ୍ ପୋଲ୍ ।

Leave a Reply