ଖାରବେଳ ସ୍ବାଇଁଙ୍କ ମନ୍ତବ୍ୟ ନେଇ ରାଜ୍ୟ ବିଜେପିରେ ବଢୁଛି ବିବାଦ!

ଭୁବନେଶ୍ବର: ଖାରବେଳ ସ୍ବାଇଁଙ୍କ ମନ୍ତବ୍ୟ ନେଇ ରାଜ୍ୟ ବିଜେପିରେ ବିବାଦ ବଢୁଛି । ରାଜ୍ୟର କୌଣସି ବଡ଼ ବିଜେପି ନେତା ନିର୍ବାଚନ ଜିତିବେ ବୋଲି ଛାତିରେ ହାତ ରଖି କହିପାରିବେ ନାହିଁ । ଦଳର ବରିଷ୍ଠ ନେତା ଖାରବେଳଙ୍କ ଏହି କଥାକୁ ନେଇ ବିଜେପିରେ ବିବାଦ ସୃଷ୍ଟି ହୋଇଛି । ଖାରବେଳଙ୍କ ବୟାନକୁ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ମୂଲ୍ୟହୀନ କହି କଟାକ୍ଷ କରିଛନ୍ତି । ସେହିପରି ଏହା ଖାରବେଳଙ୍କ ବ୍ୟକ୍ତିଗତ ମତ ବୋଲି ବିଜେପି ବିଧାୟକ କହିଛନ୍ତି । ଯାହାକୁ ନେଇ ରାଜ୍ୟ ବିଜେପିରେ ଝଡ଼ ସୃଷ୍ଟି ହୋଇଛି ।

ଖାରବେଳଙ୍କୁ ନେଇ ବଢ଼ିଲା ରାଜ୍ୟ ବିଜେପି କଳି । ମନ୍ତବ୍ୟ ପାଇଁ ଘେରିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ଓ ବିଧାୟକ । ୨୪ ନିର୍ବାଚନ ପ୍ରସ୍ତୁତି ଭିତରେ ବିଜେପି ନେତା ଓ ବିଧାୟକ ମୁହାଁମୁହିଁ । ଜିତିବେ ବୋଲି ରାଜ୍ୟ ବିଜେପିର କୌଣସି ବରିଷ୍ଠ ନେତା ଛାତିରେ ହାତ ରଖି କହି ପାରିବେନାହିଁ । ଦଳର ବରିଷ୍ଠ ନେତା ଖାରବେଳ ସ୍ବାଇଁଙ୍କ ଏହି ବୟାନ ରାଜ୍ୟ ବିଜେପି ରାଜନୀତିରେ ନିଆଁ ଲଗାଇଛି । ବେଶ୍‌ କିଛିଦିନର ନିରବତା ପରେ ଖାରବେଳଙ୍କୁ ଦଳର ନେତା ଘେରିଛନ୍ତି । ଖାରବେଳଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ସେ କହିଛନ୍ତି, ଦାୟିତ୍ବ ନଥିବା ନେତା ଏପରି ମନ୍ତବ୍ୟ ଦେଇଛନ୍ତି । …

ଏତିକିରେ ବିଜେପି ବିବାଦ ଥମିନାହିଁ । ଦଳର ବିଧାୟକ ପ୍ରକାଶ ସୋରେନ ଏ ପ୍ରସଙ୍ଗ ଗୁମର କଥା କହିଛନ୍ତି । ସେ କହିଛନ୍ତି, ଖାରବେଳଙ୍କ କଥାକୁ ବିଜେପି ଗ୍ରହଣ କରିନାହିଁ । ଏହା ଖାରବେଳଙ୍କ ବ୍ୟକ୍ତିଗତ ମତ । ବିଜେପି ବିଧାୟକ ପ୍ରକାଶ ସୋରେନଙ୍କ ପ୍ରତିକ୍ରିୟା ଇଙ୍ଗିତ କରୁଛି ଯେ, ରାଜ୍ୟ ବିଜେପିରେ ଖାରବେଳ ଏବେ ଅଲୋଡ଼ା   । ତେବେ ନିର୍ବାଚନ ସମୟରେ ବିଜେପି ନେତାମାନେ କଥାକଟି ହେବା ଦଳ ପାଇଁ ଶୁଭଙ୍କର ନୁହେଁ ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି ।