ପାକିସ୍ତାନ-ଆଫଗାନିସ୍ତାନଠାରୁ ଭାରତକୁ ପୋଲିଓ ବିପଦ !

ଭାରତ ପୋଲିଓ ମୁକ୍ତ ରାଷ୍ଟ୍ର ବୋଲି ଘୋଷଣା ସରିଛି । ମାର୍ଚ୍ଚ ୨୦୧୪ରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏନେଇ ଘୋଷଣା କରିସାରିଛି । ବିଗତ ୬ ବର୍ଷ ଧରି କ୍ରମାଗତ ଭାବେ ଦେଶରେ ଗୋଟିଏ ବି ନୂଆ ମାମଲା ଚିହ୍ନଟ ହୋଇନାହିଁ । ତଥାପି ଆଫଗାନିସ୍ତନ ଓ ପାକିସ୍ତାନ ଭଳି ପଡୋଶୀ ଦେଶ ଠାରୁ ଭାରତକୁ ବିପଦ ରହିଛି । ଏଣୁ ଏଦିଗରେ ଅବେହଳା ନକରି ବରଂ ଆମକୁ ସେଚତନ ରହିବାକୁ ହେବ ବୋଲି ବିଶ୍ୱ ପୋଲିଓ ଦିବସରେ ଦିଆଯାଇଛି ବାର୍ତ୍ତା ।

ଆଜି ବିଶ୍ୱ ପୋଲିଓ ନିରାକରଣ ଦିବସ । ପୋଲିଓକୁ ହରାଇବାରେ ସଫଳ ହୋଇଛି ସମଗ୍ର ବିଶ୍ୱ । ଶତକଡା ୯୯ଭାଗ ଦେଶ ପୋଲିଓ ମୁକ୍ତ ହୋଇସାରିଛି । ତେବେ ଆଫଗାନିସ୍ତାନ ଓ ପାକିସ୍ତାନ ଭଳି ପଡୋଶୀ ଦେଶରେ ଏବେବି ଶତକଡା ୧୦ ପ୍ରତିଶତ ପୋଲିଓ ରୋଗୀ ଚିହ୍ନଟ ହେଉଛନ୍ତି । ଯାହା ଭାରତ ପାଇଁ ସୃଷ୍ଟି କରିଛି ବିପଦ । ତେବେ ଅବହେଳା କଲେ ସ୍ଥିତି ବିଗିଡିବାର ଆଶଙ୍କା ରହିଛି । ଏଣୁ ଆଜିର ଦିନରେ ସଚେତନତା ସୃଷ୍ଟି କରିବାକୁ ବିଭିନ୍ନ କ୍ଷେତ୍ରରେ କରାଯାଉଛି ଉଦ୍ୟମ । ଏହି କ୍ରମରେ ରୋଟାରୀ ଇଣ୍ଟରନ୍ୟାସନାଲ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ହୋଇଯାଇଛି ବିଭିନ୍ନ କାର୍ଯ୍ୟକ୍ରମ । ସଚେତନତା ରଥ ପରିକ୍ରମା ସହିତ ହୋର୍ଡିଂ ଜରିଆରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉପରେ ଦିଆଯାଇଛି ଗୁରୁତ୍ୱ । ସେପଟେ ଦୁଇ ଜଣ ପୋଲିଓ ଆକ୍ରାନ୍ତ ଶିଶୁଙ୍କୁ ଯୋଗାଇ ଦିଆଯାଇଛି ଦୁଇଟି ଟ୍ରାଇ ସାଇକେଲ ।

୧୯୬୧ ମସିହାରେ ପୋଲିଓ ଟୀକା ଓ ଭ୍ୟାକ୍ସିନ ପ୍ରସ୍ତୁତ କରିବାରେ ବିଶ୍ୱକୁ ମିଳିଛି ସଫଳତା । ନିୟମିତ ପୋଲିଓ ବୁନ୍ଦା ଜରିଆରେ ପୋଲିଓ ଭଳି ମାରାତ୍ମକ ରୋଗରୁ ମୁକ୍ତି ମିଳିପାରିବ । ଏଣୁ ଏଦିଗରେ ଅବେହଳା ନକରି ବରଂ ଅଧିକ ସଚେତନ ହୋଇ ଦେଶକୁ ତଥା ସମଗ୍ର ବିଶ୍ୱକୁ ପୋଲିଓ ମୁକ୍ତ କରିବାରେ ସମସ୍ତଙ୍କୁ ଆଗକୁ ଆସିବାକୁ ହେବ । ଏଭଳି ବର୍ତ୍ତା ସହିତ ବାଲୁକା ଶିଳ୍ପୀ ନିଜ ବାଲୁକା କଳା ଜରିଆରେ ସେଚତନତା ସୃଷ୍ଟି କରିବାକୁ ପ୍ରୟାସ କରିଛନ୍ତି ।

ବର୍ତ୍ତମାନ କରୋନା ମହାମାରୀ ଜନିତ କଟକଣା ଯୋଗୁଁ ସମଗ୍ର ବିଶ୍ୱରେ ୫ କୋଟି ଶିଶୁ ପୋଲିଓ ବୁନ୍ଦା ପାଇବାରୁ ବଞ୍ଚିତ ହୋଇଥିବା ଏକ ସର୍ଭେରୁ ଜଣାପଡିଛି । ଯାହା ଏକ ବଡ଼ ଚିନ୍ତାର ବିଷୟ

Leave a Reply