ଚିଲିକାରେ ଚଢ଼ାଉ, ମାଛ ମାରିବାକୁ ଯିବାବେଳେ ୬ ଡଙ୍ଗା ଜବତ

ଟାଙ୍ଗୀ: ବାତ୍ୟା ପାଇଁ ଅଶାନ୍ତ ସମୁଦ୍ର । ସମୁଦ୍ର ସହ ଚିଲିକାରେ ମାଛ ମାରିବାକୁ ବାରଣ କରିଛି ପ୍ରଶାସନ । ସତର୍କତା, ସଚେତନତା ସତ୍ତ୍ୱେ ମାନୁନାହାନ୍ତି ମତ୍ସ୍ୟଜୀବୀ । ବାତ୍ୟା ଯୋଗୁ ସମୁଦ୍ର ଅଶାନ୍ତ ଥିବା ବେଳେ ମାଛ ମାରିବାକୁ ଯାଉଥିବା ୬ରୁ ଅଧିକ ଡଙ୍ଗାକୁ ଜବତ କରିଛି ପୋଲିସ ।
ଅଶାନ୍ତ ସମୁଦ୍ରକୁ ନଯିବାକୁ ବାରମ୍ବାର ସତର୍କ କରାଯାଉଥିଲେ ବି ଅନେକ ଏହାକୁ ଖାତିର କରୁନାହାନ୍ତି । ଅମାନିଆଙ୍କୁ ଧରିବା ପାଇଁ ଆଜି ଚିଲିକାରେ ପୋଲିସ ଟିମ୍ ପଇଁତରା ଦେଉଥିବା ବେଳେ ୬ଟି ଡଙ୍ଗା ଜବତ କରିଛି । ପୋଲିସ ସହ ମତ୍ସ୍ୟ ବିଭାଗର ଅଧିକାରୀ ଡଙ୍ଗାରେ ପଇଁତରା ମାରୁଥିବା ଦେଖା ଯାଇଛି । ସୋରଣ ଜେଟି ନିକଟ ଚିଲିକାରେ ଚଢ଼ାଉ ହୋଇଥିବା ଜଣାପଡ଼ିଛି ।