ତହସିଲଦାରଙ୍କୁ ଅଟକ ମାମଲା: ୨୦୦ରୁ ଊର୍ଦ୍ଧ୍ୱ ଜଣଙ୍କ ନାଁରେ ମାମଲା ରୁଜୁ

1 min read

ଦିଗପହଣ୍ଡି: କୋଭିଡ୍ ନିୟମ ଭାଙ୍ଗିବା ପଡ଼ିଲା ମହଙ୍ଗା  । ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡା ଗାଁରେ ସଟଡାଉନ୍ ସ୍ଥିତି ଯାଞ୍ଚ ବେଳେ ତହସିଲଦାରଙ୍କୁ ଅଟକ ଘଟଣାରେ 200 ରୁ ଅଧିକ ଜଣଙ୍କ ନାଁରେ ମାମଲା  । ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଅନ୍ୟ ଅଭିଯୁକ୍ତ ମାନେ ଗାଁ ଛାଡି ଫେରାର ହୋଇଛନ୍ତି  ।

ଗତ ରବିବାର  ଗାଁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟ ଔଷଧ ଦୋକାନ ଗୁଡିକୁ ସିଲ୍‌ କରାଯାଇଥିଲା। ପରେ ଗୁରୁବାର ସକାଳେ ତହସିଲ ପ୍ରଶାସନ କଙ୍କୋରଡା ଗାଁରେ ପହଞ୍ଚି ସଟଡାଉନ୍ ସ୍ଥିତି ଅନୁଧ୍ୟାନ କରୁଥିବାବେଳେ ଗ୍ରାମବାସୀ ଘେରାଉ କରିଥିଲେ। ସାନଖେମୁଣ୍ଡି ତହସିଲଦାର ଓ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ବେଳେ ଉଭୟଙ୍କୁ ଅଟକ ରଖିଥିଲେ ସ୍ଥାନୀୟବାସୀ  ।

ଏପରିକି କିଛି ଲୋକେ ତହସିଲ୍ ଦାରଙ୍କୁ ଆକ୍ରମଣ କରିଥିବା ମଧ୍ୟ ଅଭିଯୋଗ ହୋଇଛି  । ଏନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ ସାନଖେମୁଣ୍ଡି ତହସିଲଦାର ଅମିତ କୁମାର ନାୟକ ଶୁକ୍ରବାର ପାଟପୁର ଥାନାରେ କଙ୍କୋରଡାର ୨୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ନାମରେ ଥାନାରେ ଏତଲା ଦେଇଥିଲେ  l ଏତଲା କୁ ଆଧାର କରି ୪ ଜଣଙ୍କୁ ଗିରଫ କରିଛି ପୋଲିସ  । ଘଟଣାସ୍ଥଳରେ ୧୦ ପ୍ଲାଟୁନ୍ ପୋଲିସ ଫୋର୍ସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ମଧ୍ୟ କରାଯାଇଛି  ।

ସୂଚନା ଯୋଗ୍ୟ ଯେ, କଟକଣା ସତ୍ତ୍ୱେ ସମ୍ପୃକ୍ତ ଅଞ୍ଚଳରେ ଖୋଲାଯାଇଥିବା ଦୋକାନ୍ ବନ୍ଦ କରିବା ସହ ସିଲ୍ କରିବାକୁ ବିରୋଧ କରିବା ସହ ଗ୍ରାମବାସୀ ତହସିଲଦାରଙ୍କ ସହ ଅନ୍ୟ କିଛି ସରକାରୀ କର୍ମଚାରୀଙ୍କୁ ଅଟକ ରଖିଥିଲେ ।

 

Leave a Reply