ମାଓବାଦୀଙ୍କ ଗୁଳିରେ ଆହତ ହୋଇଥିବା ଡିଏସପିଙ୍କୁ ଭେଟିଲେ ପୋଲିସ ଡିଜି

1 min read

ଭୁବନେଶ୍ୱର: ଏମସରେ ପୋଲିସ ଡିଜି । ମାଓବାଦୀଙ୍କ ଗୁଳିରେ ଆହତ ହୋଇଥିବା ଡିଏସପି ଅତୁଲ କୃଷ୍ଣ ଦାସଙ୍କୁ ଭେଟିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ଡିଜିପିଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଏଡିଜି ଅପରେସନ ଅମିତାଭ ଠାକୁର ମଧ୍ୟ ଆହତ ଡିଏସପିଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ନେଇ ପଚାରି ବୁଝିଛନ୍ତି । ଗୋଟିଏ ଗୁଳି ଗୋଡ଼ରେ ବାଜି ବାହାରି ଯାଇଥିବା ବେଳେ, ଅନ୍ୟ ଗୁଳି ଗୋଡ଼ ଭିତରେ ରହିଥିଲା । ଅସ୍ତ୍ରୋପଚାର ପରେ ଡିଏସପି ଏବେ ସୁସ୍ଥ ଅଛନ୍ତି । ତାପରଙ୍ଗ ଜଙ୍ଗଲରେ ଏବେ ବି ମାଓ ଅପରେସନ ଜାରି ରହିଛି । AK-47 ସହ ଦେଶୀ ବନ୍ଧୁକ ଓ ମାଓ ସାମଗ୍ରୀ ଜବତ ହୋଇଛି । ମାଓବାଦୀଙ୍କ ଗତିବିଧି ନେଇ ଛତିଶଗଡ଼ ପୋଲିସ ସହ ଆଲୋଚନା ହୋଇଛି ବୋଲି କହିଛନ୍ତି ଡିଜିପି ।