ସୁଇସାଇଡ୍ ନୋଟ୍ ଆଧାରରେ ବନ୍ଧାହେଲେ ବାବୁ

1 min read

ଜୟପୁର: ସରକାରୀ ବାସଭବନରେ ଶିକ୍ଷକଙ୍କ ସୁଇସାଇଡ୍ । ଘଟଣାର ମାସକ ପରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଗିରଫ କଲା ପୋଲିସ । କୋରାପୁଟ ଡିଇଓ ପ୍ରମୋଦ କୁମାର ପଣ୍ଡାଙ୍କୁ କୋରାପୁଟ ପୋଲିସର ସ୍ୱତନ୍ତ୍ର ଟିମ୍ କଟକରୁ ଗିରଫ କରିଛି ।

ଗିରଫ ଜିଲ୍ଲା ଶିକ୍ଷା ଅଧିକାରୀ

ଗତ ଡିସେମ୍ବର ୮ ତାରିଖରେ ପ୍ରମୋଦଙ୍କ ସରକାରୀ ବାସଭବନରେ ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡା ଆତ୍ମହତ୍ୟା କରିଥିଲେ । ତେବେ ନିର୍ଯାତନା ସହିନପାରି ଚିତ୍ତରଞ୍ଜନ ଆତ୍ମହତ୍ୟା କରିଥିବା ନେଇ ସୁଇସାଇଡ୍ ନୋଟରେ ଉଲ୍ଲେଖ କରିଥିଲେ । ଯେଉଁଥିରେ ୮ ଜଣଙ୍କ ନାଁ ରହିଥିଲା ।KORAPUT DEO OFFICEପୋଲିସ ମାମଲାରେ ପୂର୍ବରୁ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ଡିଇଓଙ୍କୁ କଟକରୁ ଗିରଫ କରିଛି । ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦଙ୍କୁ ସୁନାବେଡ଼ା ପୋଲିସ ପଚରାଉଚରା କରୁଛି ।

https://nandighoshatv.com/jharpokharia-iic-suspended-over-negligence-of-work/

Leave a Reply