ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା: ବଜେଟର ଫୋକସ୍‌ରେ ଗରିବ ଲୋକେ

ନୂଆଦିଲ୍ଲୀ: ବଜେଟକୁ ନେଇ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ । ଗତ ଶହେ ବର୍ଷ ମଧ୍ୟରେ ହୋଇଥିବା ଭୟଙ୍କର ମହାମାରୀ ମଧ୍ୟରେ ଦେଶ ବିକାଶର ନୂଆ ବିଶ୍ବାସ ନେଇ ଆସିଛି । ଅର୍ଥ ବ୍ୟବସ୍ଥାକୁ ମଜବୁତ କରିବା ସହ ସାଧାରଣ ଜନତାଙ୍କୁ ବଜେଟ ବେଶ୍‌ ସୁହାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ବଜେଟ୍‌ରେ ପୁରା ଫୋକସ୍‌ରେ ରହିଛନ୍ତି ଗରିବ ଲୋକେ । ଏଥିରେ ରୋଜଗାର ସମ୍ଭାବନା ମଧ୍ୟ ବୃଦ୍ଧି ପାଇବ । ୟୁପି, ଉତ୍ତରାଖଣ୍ଡ, ବିହାର ଏବଂ ଝାଡଖଣ୍ଡ ଭଳି ରାଜ୍ୟକୁ ବଜେଟ୍‌ରେ ବିଶେଷ ଧ୍ୟାନ ଦିଆଯାଇଛି । ଏହି ବଜେଟ୍‌ରେ ଭିତ୍ତିଭୂମି ବିକାଶ, ଅଧିକରୁ ଅଧିକ ବିନିଯୋଗ, ଅଭିବୃଦ୍ଧି ଏବଂ ନିଯୁକ୍ତିର ନୂଆ ସମ୍ଭାବନାରେ ଭରି ରହିଛି ।

ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଜାମ୍ମୁ କାଶ୍ମୀର ତଥା ଉତ୍ତର ପୂର୍ବ ଅଞ୍ଚଳ ଗୁଡିକ‌ରେ ପର୍ବତମାଳା ଯୋଜନାର ଶୁଭାରମ୍ଭ କରାଯାଇଛି । ଏହି ଯୋଜନା ଦ୍ବାରା ପାହାଡିଆ ଅଞ୍ଚଳରେ ପରିବହନ ବ୍ୟବସ୍ଥା କରାଯିବ । ଯାହା ଫଳରେ ସେସବୁ ଅଞ୍ଚଳରେ ଲୋକମାନଙ୍କର ରୋଜଗାରର ନୂଆ ମାଧ୍ୟମ ସୃଷ୍ଟି ହେବ । ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବ୍ୟକ୍ତିଙ୍କ ପାଇଁ ଏହି ବଜେଟ୍‌ରେ ବିଶେଷ ସୁବିଧା ରହିଛି । ସମସ୍ତଙ୍କ ନିକଟରେ ପକ୍କା ଘର, ନଳରେ ପାଣି, ଶୌଚାଳୟ, ଗ୍ୟାସ୍‌ ସୁବିଧା ଇତ୍ୟାଦି ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ଏହାସହ ଆଧୁନିକ ଇଣ୍ଟରନେଟ୍‌ ସଂଯୋଗୀକରଣ ଉପରେ ମଧ୍ୟ ଜୋର୍‌ ଦିଆଯାଇଛି ।

Leave a Reply